ସୁଶାନ୍ତଙ୍କ ମୃତ୍ୟୁ ଦିନ ରିୟାଙ୍କୁ ୨ ଥର କଲ୍ କରିଥିଲେ ମହେଶ ଭଟ୍ଟ,
ମୁମ୍ବାଇ:- ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି । କିଛି ସମୟ ତଳେ ରିୟା ଚକ୍ରବର୍ତ୍ତୀ ଓ ମହେଶ ଭଟ୍ଟଙ୍କ ହ୍ୱାଟସଆପ୍ ଚାଟ୍ ଭାଇରାଲ ହୋଇଥିଲା । ଏବେ ଚାଟ୍କୁ ନେଇ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ମହେଶ ଭଟ୍ଟ ରିୟାଙ୍କୁ କଲ୍ କରିବା ପାଇଁ କହିଥିଲେ । ଏପରିକି ସୁଶାନ୍ତଙ୍କ ମୃତ୍ୟୁ ଦିନ ମହେଶ ରିୟାଙ୍କୁ ୨ଥର କଲ୍ କରିଥିଲେ । କିନ୍ତୁ ରିୟା ରିସିଭ୍ କରିନଥିଲେ ।
ଜୁନ ୮ରୁ ୧୪ ତାରିଖ ମଧ୍ୟରେ ଉଭୟଙ୍କ ମଧ୍ୟରେ ହୋଇଥିବା ଚାଟ୍ରେ ଆହୁରି ମଧ୍ୟ ଜଣାପଡିଛି ଯେ, ରିୟା ସୁଶାନ୍ତଙ୍କ ସହ ସମ୍ପର୍କକୁ ନେଇ ଖୁସି ନଥିଲେ । ଏପରିକି ରିୟାଙ୍କ ପିତା ମଧ୍ୟ ସମ୍ପର୍କକୁ ନେଇ ଖୁସି ନଥିଲେ ।
ସେହିଦିନ ଅର୍ଥାତ ଜୁନ ୮ ତାରିଖରେ ରିୟା ସୁଶାନ୍ତଙ୍କ ଘର ଛାଡିଥିଲେ । ଏହାପରେ ସେ ମହେଶ ଭଟ୍ଟଙ୍କୁ ମେସେଜ କରି ସବୁ ଜଣାଇଥିଲେ । ଏପରିକି ମହେଶଙ୍କୁ ଦେବତା ବୋଲି କହିଥିଲେ ।
ଏହାର ଉତ୍ତରରେ ମହେଶ ଲେଖିଥିଲେ ଯେ, ଆଉ ପଛକୁ ଚାହଁନାହିଁ । ଯାହା ହେବ ନାହିଁ ବୋଲି ସମସ୍ତେ କୁହନ୍ତି ତାହା କରିକି ଦେଖାଅ । ଏପରିକି ତୁମ ବାପାଙ୍କୁ ମଧ୍ୟ ଭଲ ମୋ ତରଫରୁ ଭଲ ପାଇବା ଦେବ ବୋଲି ମହେଶ କହିଥିଲେ ।