ରାଜଧାନୀରେ ପୁଣି ୧୪ ପୁଲିସ କର୍ମଚାରୀ ସଂକ୍ରମିତ
ଭୁବନେଶ୍ବର:- ସହରରେ ଆଉ ୧୪ ପୁଲିସ କର୍ମଚାରୀ ସଂକ୍ରମିତ ହୋଇଛନ୍ତି । ୮ଜଣ ଟ୍ରାଫିକ୍ ପୁଲିସ, ରିଜର୍ଭ ପୁଲିସ କଲୋନୀରୁ ୪ଜଣ ଆକ୍ରାନ୍ତ ବାହାରିଛନ୍ତି । ପୂର୍ବରୁ ମଧ୍ୟ ଏକାଧିକ ପୁଲିସ କର୍ମଚାରୀ ଆକ୍ରାନ୍ତ ବାହାରିଥିଲେ । ସେହିଭଳି ଏନ୍ଟିପିସି ଭୁବନେଶ୍ୱର ଅଫିସ୍ରୁ ୬, ଓକାକ୍ରୁ ଜଣେ, ପରିବାର କଲ୍ୟାଣ ନିର୍ଦ୍ଦେଶାଳୟରୁ ୪, ସିଆରପିଏଫ୍ କ୍ୟାମ୍ପସ୍ରୁ ଜଣେ, ଏମସ୍ ଭୁବନେଶ୍ୱରର ଜଣେ କର୍ମଚାରୀ ଓ ସିପେଟ୍ରୁ ଜଣେ କର୍ମଚାରୀ ପଜିଟିଭ୍ ହୋଇଛନ୍ତି । ଘରୋଇ ହସ୍ପିଟାଲ ଲିଙ୍କ୍ରେ ୪ଜଣ ଆକ୍ରାନ୍ତ ହୋଇଛନ୍ତି ।