ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ଅଧ୍ୟକ୍ଷ ଶିବୁ ସୋରେନ କରୋନା ପଜିଟିଭ

ରାଞ୍ଚି :- ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଅଧ୍ୟକ୍ଷ ଏବଂ ରାଜ୍ୟସଭା ସଦସ୍ୟ ଶିବୁ ସୋରେନ୍ ଏବଂ ପତ୍ନୀ ରୂପି ସୋରେନ୍ କରୋନାରେ ସଂକ୍ରମିତ ହୋଇଛନ୍ତି। ଉଭୟଙ୍କୁ ଆଇସୋଲେଟ୍ କରାଯାଇଛି। ଏହା ସହିତ ଶିବୁ ସୋରେନଙ୍କ ପୁଅ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସୋମବାର  ଅର୍ଥାତ୍ ଅଗଷ୍ଟ ୨୪ତାରିଖରେ ପୁଣି ଥରେ କରୋନା ଟେଷ୍ଟ କରାଯିବ।

ଏହା ପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନଙ୍କ ଘରେ ମୁତୟନ ଥିବା ୧୭ଜଣ କର୍ମଚାରୀ ଏବଂ ସୁରକ୍ଷାକର୍ମୀଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରେ ଶିବୁ ସୋରେନ ଏବଂ ତାଙ୍କ ପତ୍ନୀ ରୂପୀ ସୋରେନଙ୍କ କରୋନା ଟେଷ୍ଟ କରାଯାଇଥିଲା। ତା’ପରେ ତାଙ୍କ ରେଜଲ୍ଟ ପଜିଟିଭ ଆସିଥିଲା। ଶିବୁ ସୋରେନଙ୍କ ବୟସ ୭୬ବର୍ଷଠୁ ଅଧିକ ହୋଇଗଲାଣି,ଏପରି ପରିସ୍ଥିତିରେ କରୋନା ସଂକ୍ରମଣ କଥା ଜଣା ପଡ଼ିବା ପରେ ସମସ୍ତେ ଚିନ୍ତାରେ ଅଛନ୍ତି।

ଶିବୁ ସୋରେନ ଏବଂ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘର ଅଲଗା ଅଲଗା। କିନ୍ତୁ ସୁରକ୍ଷା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ମଧ୍ୟ କରୋନା ଟେଷ୍ଟ କରାଯିବ। ଏହା ପୂର୍ବରୁ ମଧ୍ୟ ହେମନ୍ତଙ୍କ କରୋନା ଟେଷ୍ଟ କରାଯାଇଥିଲା, ଯାହା ନେଗେଟିଭ ଆସିଥିଲା।

ଏହା ପୂର୍ବରୁ ଝାଡ଼ଖଣ୍ଡର କ୍ୟାବିନେଟ୍ ମନ୍ତ୍ରୀ ବନ୍ନା ଗୁପ୍ତା କରୋନା ସଂକ୍ରମିତ ଜଣା ପଡ଼ିଥିଲା। ବନ୍ନା ଗୁପ୍ତା କ୍ୟାବିନେଟ୍ ବୈଠକରେ ଭାଗ ନେଇଥିଲେ,ଯେଉଁଥିରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ସମେତ ଅନେକ ମନ୍ତ୍ରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *