ରୋହିତ ଶର୍ମା ସମେତ ୫ କ୍ରୀଡାବିତ୍‌ଙ୍କୁ ରାଜୀବ ଗାନ୍ଧୀ ଖେଳ ରତ୍ନ

ନୂଆଦିଲ୍ଲୀ:-କ୍ରିକେଟ୍‌ର ରୋହିତ ଶର୍ମା, ମଲ୍ଲଯୋଦ୍ଧା ବିନେଶ ଫୋଗାଟ, ମହିଳା ହକି ଦଳର ଅଧିନାୟକ ରାଣୀ ରାମପାଲ, ଟେବୁଲ ଟେନିସ୍ ଖେଳାଳି ମନିକା ବାତ୍ରା ଓ ପାରା ଆଥାଲେଟ୍‌ ମରିୟପ୍ପନ ଥଙ୍ଗବେଲୁ ଆଦି ୫ କ୍ରୀଡାବିତ୍‌ଙ୍କୁ ଚଳିତ ବର୍ଷ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ମିଳିବ। କ୍ରୀଡା ମନ୍ତ୍ରଣାଳୟ ଚୟନ କମିଟିଙ୍କ ସୁପାରିଶ ଉପରେ ମୋହର ମାରିଛି। ଏହା ସହିତ ଓଡିଆ ଆଥଲେଟ୍ ଦୂତି ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର। ଚଳିତ ବର୍ଷ ୨୯ ଖେଳାଳି ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବେ। କ୍ରୀଡା ମନ୍ତ୍ରଣାଳୟଙ୍କ ୧୨ ସଦସ୍ୟ ବିଶିଷ୍ଟ ଚୟନ କମିଟି ଏହି ସୁପାରିଶ କରିଥିଲେ।

ଚତୁର୍ଥ କ୍ରିକେଟ୍‌ର ହେବେ ରୋହିତ ଶର୍ମା

୩୩ ବର୍ଷୀୟ ରୋହିତ ଶର୍ମା ଖେଳରତ୍ନ ପାଇବାରେ ଚତୁର୍ଥ କ୍ରିକେଟ୍‌ର ହେବେ। ଏହା ପୂର୍ବରୁ ସଚିନ  ତେନ୍ଦୁଲକର, ନିକଟରେ ଅବସର ନେଇଥିବା ମହେନ୍ଦ୍ର ସିଂହ ଧୋନି ଓ ଅଧିନାୟକ ବିରାଟ କୋହଲିଙ୍କୁ ଏହି ସମ୍ମାନ ମିଳି ସାରିଛି। ତେନ୍ଦୁଲକର ପ୍ରଥମ ଭାରତୀୟ କ୍ରିକେଟ୍‌ର ଭାବେ ୧୯୯୮ରେ ଖେଳରତ୍ନ ପୁରସ୍କାର ପାଇଥିଲେ। ଧୋନି ୨୦୦୭ ଏବଂ କୋହଲି ୨୦୧୮ରେ ଏହି ସମ୍ମାନରେ ସମ୍ମାନିତ ହୋଇଥିଲେ। କମିଟିରେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ଵାଗ ଓ ପୂର୍ବତନ ହକି ଅଧିନାୟକ ସର୍ଦ୍ଦାର ସିଂହ ମଧ୍ୟ ସାମିଲ।

Leave a Reply

Your email address will not be published. Required fields are marked *