ସୁଶାନ୍ତଙ୍କ ଶବକୁ ଦେଖି ତାଙ୍କ ଛାତିରେ ହାତ ରଖି ରିୟା

ମୁମ୍ୱାଇ-ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁନେଇ ସାରା ଦେଶରେ ଶୋକର ଛାୟା ଖେଳି ଯାଇଛି। ତାଙ୍କର ପରିବାର ଲୋକ , ପ୍ରଶଂସକମାନେ ଓ ବଲିଉଡର କିଛି ଷ୍ଟାରମାନେ ସେ ଆତ୍ମହତ୍ୟା କରିଥିବେ ବୋଲି କେବେ ବିଶ୍ୱାସ କରୁନାହାନ୍ତି । ତାଙ୍କୁ ହତ୍ୟା କରାଯାଇଛି ଦାବି କରି ସିବିଆଇ ତଦନ୍ତ ପାଇଁ ଅଡ଼ି ବସିଥିଲେ । ଆଉ ଏବେ ଏହି ହାଇ ପ୍ରୋଫାଇଲ୍ ମାମଲାର ତଦନ୍ତଟି ସିବିଆଇ ହାତରେ। ସୁପ୍ରିମ୍‌କୋର୍ଟ ସିବିଆଇ ତଦନ୍ତ ଆଦେଶ ଦେବା ପରେ ତଦନ୍ତ ଜୋରସୋରରେ ଆଗେଇଛି ।ଏ ଭିତରେ ଏକ ବଡ଼ ଖିଲାସା କରିଛନ୍ତି ପ୍ରତ୍ୟେକ୍ଷଦର୍ଶୀ ତଥା ଫିଲ୍ମ ମେକର ସୁରଜିତ୍‌ ସିଂହ ରାଠୋର । ରିପବ୍ଲିକ୍‌ ଟିଭିକୁ ଏକ ସାକ୍ଷାତ୍‌କାରରେ ଏହି ପ୍ରତ୍ୟେକ୍ଷଦର୍ଶୀ ଜଣଙ୍କ କହିଛନ୍ତି କି  ସେ  ୧୫ ଜୁନ୍‌ରେ ରିୟା ଚକ୍ରବର୍ତ୍ତୀଙ୍କୁ କୁପର ହସ୍ପିଟାଲର ମୁର୍ଦ୍ଦାର ଘରକୁ ସାଥିରେ ନେଇ ଯାଇଥିଲେ । ଯେଉଁଠି ପୋଷ୍ଟମର୍ଟମ ପରେ ଅଭିନେତାଙ୍କ ଶବକୁ ରଖା ଯାଇଥିଲା । ତାଙ୍କ କହିବାନୁସାରେ , ରିୟା ଏହି ସମୟରେ ସୁଶାନ୍ତଙ୍କ ଛାତିରେ ହାତ ରଖି ‘ସରି ବାବୁ’ କହିଥିଲେ ଏବଂ କାନ୍ଦି ଥିଲେ।

ରିପବ୍ଲିକ୍‌ ଟିଭି ସହ ସାକ୍ଷାତ୍‌କାରରେ ସୁରଜିତ୍‌ କହିଥିଲେ , “ ମୁଁ ପାଖାପାଖି ୧୧ଟା ବେଳେ ହସ୍ପିଟାଲରେ ପହଞ୍ଚିଥିଲି । ପାଖାପାଖି ୧୧ଟା ୩୦ ମିନିଟ୍‌ରେ ମୋର ବନ୍ଧୁ ସୁରଜ ସିଂହ ସେଠାକୁ ଆସିଲେ ଏବଂ ମୋତେ କହିଲେ କି ସୁଶାନ୍ତଙ୍କର ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ତାଙ୍କର ଅନ୍ତିମ ଦର୍ଶନ କରିବାକୁ ଚାହୁଁଛି । ପୁଲିସ୍‌ଙ୍କ ସହ କଥା ହୋଇ ସୁଶାନ୍ତଙ୍କ ମୁହଁ ଦେଖାଇ ଦିଅ । ମୁଁ ପୁଲିସ୍‌ଙ୍କ ସହକଥା ହୋଇ ରିୟାଙ୍କୁ ନେଇ ମୁର୍ଦ୍ଦାର ଘର ଭିତରକୁ ଗଲି । ଯେମିତି ମୁଁ ସୁଶାନ୍ତଙ୍କ ମୁହଁରୁ ଚାଦର ହଚାଇଛି , ରିୟା ତାଙ୍କ ଛାତିରେ ହାତ ରଖି ସରି ବାବୁ ବୋଲି କହି କାନ୍ଦିଥିଲେ । ଆମେ ୫ରୁ ୭ ମିନିଟ୍‌ ଭିତରେ ରହିଥିଲୁ । “

ସୁରଜିତ୍‌ଙ୍କ କହିବାନୁସାରେ , ଶବରୁ ଚାଦର ହଟାଇବା କ୍ଷଣି ରିୟାଙ୍କ ସବୁ କଥା ତାଙ୍କୁ ଆଶ୍ଚର୍ଯ୍ୟ ଲାଗିଥିଲା । ତାଙ୍କ ମନରେ ଏହି ପ୍ରଶ୍ନ ଆସିଥିଲା କି ରିୟା କେଉଁ କଥା ନେଇ କ୍ଷମା ମାଗୁଥିଲେ ?

Leave a Reply

Your email address will not be published. Required fields are marked *