ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀ ଯାଇଥିଲେ ଶବ ଗୃହ ?

ମୁମ୍ବାଇ:-ସୁଶାନ୍ତ ସିଂହ ରାଜପୁତଙ୍କ ଅସ୍ଵଭାବିକ ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେବାରେ ଲାଗିଛି। ଏହା ସହିତ ପୋଲିସ କାର୍ଯ୍ୟାନୁଷ୍ଠାନରେ ଅନେକ ପ୍ରକାରର ପ୍ରଶ୍ନ ଉଠିଛି। ନିକଟରେ ଏକ ନ୍ୟୁଜ୍ ପୋର୍ଟାଲ ଷ୍ଟିଙ୍ଗ ଅପରେସନ କରି ଏମିତି ଖୁଲାସା  କରିଛି ଯେଉଁ କାରଣରୁ ରିୟା ଚକ୍ରବର୍ତ୍ତୀଙ୍କ ସମସ୍ୟା ବଢିବାର ସମ୍ଭାବନା ରହିଛି।

ଉକ୍ତ ନ୍ୟୁଜ୍ ପୋର୍ଟାଲ ଦାବି କରିଛି ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟା ସେହି ଶବ ଗୃହକୁ ଯାଇଥିଲେ, ଯେଉଁଠି ସୁଶାନ୍ତଙ୍କ ମର ଶରୀର ରଖାଯାଇଥିଲା। କୁହାଯାଇଛି ଯେ, ସୁଶାନ୍ତଙ୍କ ମୃତ ଶରୀରର କୁପର  ହସ୍ପିଟାଲରେ ପୋଷ୍ଟମର୍ଟମ କରାଯାଇଥିଲା। ଖବର ଏହା ମଧ୍ୟ ରହିଛି ରିୟା ସେହି ହସ୍ପିଟାଲ ମଧ୍ୟ ଯାଇଥିଲେ ଏବଂ ସେଠାରେ ୪୫ ମିନିଟ୍‌ ରହିଥିଲେ। ଏବେ ପ୍ରଶ୍ନ ଉଠୁଛି ଯେ ରିୟାଙ୍କୁ ଶବଗୃହ ଯିବାକୁ କେମିତି ଅନୁମତି ମିଳିଲା। ଯେଉଁଠି କି ସୁଶାନ୍ତଙ୍କ ପରିବାର ଲୋକଙ୍କୁ ମଧ୍ୟ ଯିବାକୁ ଦିଆଯାଇନଥିଲା, ସେଠାରେ ରିୟାଙ୍କୁ କେମିତି ଯିବାକୁ ଦିଆଗଲା।

ନ୍ୟୁଜ୍ ପୋର୍ଟାଲ ଦ୍ଵାରା ଷ୍ଟିଙ୍ଗ ଅପରେସନ ମଧ୍ୟରେ ଶବଗୃହର ଜଣେ ଅଧିକାରୀ କହିଛନ୍ତି ରିୟାଙ୍କୁ ବେଆଇନ ଭାବେ ଭିତରକୁ ଯିବାକୁ ଅନୁମତି ମିଳିଥିଲା। ଏହା ମଧ୍ୟ କୁହାଯାଉଛି ଏହି କାମରେ ମୁମ୍ବାଇ ପୋଲିସର ମଧ୍ୟ ସହଯୋଗ ମିଳିଥିଲା। ଯଦି ଏହି ଷ୍ଟିଙ୍ଗ ଅପରେସନ ସଠିକ୍ ସାବ୍ୟସ୍ତ ହୁଏ ତେବେ ରିୟାଙ୍କ ମୁସ୍କିଲ ବଢିବା ନିଶ୍ଚିତ।

Leave a Reply

Your email address will not be published. Required fields are marked *