ବିଗ୍ ବିଙ୍କ ନୀରବତାକୁ ନେଇ ପ୍ରଶ୍ନ କଲେ କଙ୍ଗନା

ମୁମ୍ବାଇ:- ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବିଗ ବି ଅମିତାଭ ବଚ୍ଚନଙ୍କ ନୀରବତାକୁ ନେଇ କଙ୍ଗନା ରଣାୱତ ପ୍ରଶ୍ନ କରିଛନ୍ତି | ରାମ ମନ୍ଦିର ଭୂମିପୂଜନ ପାଇଁ ମଧ୍ୟ ସେ ଶୁଭେଚ୍ଛା ଦେଇନଥିବାରୁ ମଧ୍ୟ କଙ୍ଗନା ପ୍ରଶ୍ନ କରିଛନ୍ତି | ବୁଧବାର ରାତିରେ କଙ୍ଗନା ରିପବ୍ଲିକ ଚାନେଲ ସହ ସୁଶାନ୍ତ ସିଂହ ମାମଲାରେ ସୁପ୍ରିମକୋର୍ଟଙ୍କ ଫଇସଲା ଉପରେ କଥାବାର୍ତ୍ତା କରୁଥିଲେ | ସେତେବେଳେ ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସୁଶାନ୍ତଙ୍କୁ ନ୍ୟାୟ ଦେବା ପାଇଁ ଆରମ୍ଭ ହୋଇଥିବା ଅଭିଯାନରେ ଅମିତାଭ କାହିଁକି ଅଂଶଗ୍ରହଣ କରିନଥିଲେ |

କଙ୍ଗନା କହିଥିଲେ, ଅମିତାଭ ଫିଲ୍ମ ଇଣ୍ଡଷ୍ଟ୍ରିର ମହାନାୟକ | ସେ ରାମ ମନ୍ଦିର ଭୂମିପୂଜନରେ ମଧ୍ୟ ଶୁଭେଚ୍ଛା ଦେଇ ନାହାନ୍ତି |

ସେ ମାଫିଆକୁ ଭୟ କରୁଛନ୍ତି | ତେବେ ତାଙ୍କୁ କିଛି କହିବାର ଅଧିକାର ତାଙ୍କର ନାହିଁ ବୋଲି ମଧ୍ୟ କଙ୍ଗନା କହିଥିଲେ |

ଆଗକୁ କଙ୍ଗନା କହିଥିଲେ, ‘ସେ ସୁଶାନ୍ତଙ୍କ ପାଇଁ ନ୍ୟାୟ ମାଗିପାରିବେ ନି ? ଆପଣ ଭାବନ୍ତୁ କାହିଁକି | ଯଦି ବିଗ ବି ଏତେ ଡରୁଛନ୍ତି ତାହେଲେ ଅନ୍ୟମାନେ କଣ କରିବେ ? ତାଙ୍କ ମୃତ୍ୟୁରେ କଣ ଅମିତାଭଙ୍କ ହୃଦୟ କାନ୍ଦିନଥିବ ? ନିଶ୍ଚୟ କାନ୍ଦିଥିବ, ତଥାପି ସେ କିଛି କହିନଥିଲେ | ‘

ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟା ରାମ ମନ୍ଦିର ଭୂମିପୂଜନ କରିଥିଲେ | ସେତେବେଳେ ଅକ୍ଷୟ କୁମାର, ବରୁଣ ଧୱନ, କଙ୍ଗନାଙ୍କ ସମେତ ଅନେକ ସେଲିବ୍ରିଟି ଟ୍ୱିଟ କରି ଶୁଭେଚ୍ଛା ଦେଇଥିଲେ | କିନ୍ତୁ ବିଗ ବି ଟ୍ୱିଟ କରିନଥିଲେ | ଏହାପରେ ତାଙ୍କୁ ଟ୍ରୋଲ୍ କରାଯାଇଥିଲା | ଅନେକ ଲୋକ ତାଙ୍କୁ ଅନଫଲୋ ମଧ୍ୟ କରିଥିଲେ |

Leave a Reply

Your email address will not be published. Required fields are marked *