ଅର୍ଜୁନ ପୁରସ୍କାର ପାଇଁ ୩ ଓଡ଼ିଆଙ୍କ ନାଁ ସୁପାରିଶ
ଭୁବନେଶ୍ୱର – ଚଳିତ ବର୍ଷ ମୋଟ୍ରେ ୨୯ଜଣ ଆଥ୍ଲେଟ୍ଙ୍କ ନାଁ ସମ୍ମାନଜନକ ଅର୍ଜୁନ୍ ପୁରସ୍କାର ପାଇଁ ନୋମିନେସନ ହୋଇଛି । ସେଥିରେ ରହିଛନ୍ତି ଓଡ଼ିଶାର ୩ ଜଣ ଆଥଲେଟ୍ । ସେମାନେ ହେଲେ ଆଥଲେଟ୍ ଦୂତୀ ଚାନ୍ଦ , ଭାରତୀୟ ପୁରୁଷ ହକି ଦଳର ବିରେନ୍ଦ୍ର ଲାକ୍ରା ଓ ମହିଳା ହକି ଦଳର ଦୀପ୍ ଗ୍ରେସ୍ ଏକ୍କା ।
ବର୍ତ୍ତମାନ ଦୂତୀ ଚାନ୍ଦ ଟୋକିଓ ଅଲିମ୍ପିକ୍ସରେ କ୍ୱାଲିଫାଏ ପାଇଁ କଠିନ ଅଭ୍ୟାସ ଜାରି ରଖିଛନ୍ତି ।










