କମିଶନରେଟ ପୋଲିସର ବଦଳି ଭେଳିକି,ନୂଆ ବୋତଲରେ ପୁରୁଣା ମଦ,କାହା ଚାପରେ କ୍ୟାପିଟାଲ ଥାନା ଅଧିକାରୀଙ୍କ ବଦଳି ବାତିଲ !
ରିପୋର୍ଟ-ଚନ୍ଦନ ଜେନା
ଭୁବନେଶ୍ୱର:- ସୋମବାରରେ କମିଶନରେଟ ପୋଲିସରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। ରାଜଧାନୀର ଏକାଧିକ ଥାନା ଅଧିକାରୀଙ୍କୁ ଅନ୍ୟ ଥାନାକୁ ବଦଳି କରାଯାଇଛି। ହେଲେ ଏହି ବଦଳି କମିଶନରେଟ ପୋଲିସର ଏକପ୍ରକାର ଭେଳିକି ପରି ଲାଗୁଛି। କାରଣ ପୂରୁଣା ବୋତଲରେ ନୂଆ ମଦ ପୁରାଇ ମାର୍କେଟକୁ ଛାଡିଲା ପରି କମିଶନରେଟ ପୋଲିସରେ ଥିବା ପୁରୁଣା ଥାନା ଅଧିକାରୀଙ୍କୁ କଟକରୁ ଆଣି ପୁଣି ଭୁବନେଶ୍ୱରର ଥାନାରେ ପୋଷ୍ଟିଂ ଦିଆଯାଇଛି। ଏହା ଆମେ ମନରୁ କହୁନୁ,କମିଶନରେଟ ପୋଲିସ ଥାନା ଅଧିକାରୀ ମାନଙ୍କ ବଦଳି ତାଲିକାକୁ ଦେଖିଲେ ସେଥିରୁ ତାହା ସ୍ପଷ୍ଟ ଅନୁମେୟ ହେଉଛି।
2019 ସାଧାରଣ ନିର୍ବାଚନ ପୂର୍ବରୁ ରାଜଧାନୀରେ ଥିବା ଅନେଜ ଥାନା ଅଧିକାରୀଙ୍କୁ କଟକ ବଦଳି କରାଯାଇଥିବା ବେଳେ ଆଉ କେତେକ ଥାନା ଅଧିକାରୀଙ୍କୁ ଜିଲ୍ଲା ବାହାରକୁ ବଦଳି କରାଯାଇଥିଲା। ଯେପରି ଟ୍ରାଫିକ ଏସିପି ଥିବା ଅନୁପ କାନୁନଗୋଙ୍କୁ ଖୋର୍ଦ୍ଧା ଡିଏସପି ଭାବେ ବଦଳି କରାଯାଇଥିଲା। ସେହିପରି ଏସିପି ଅସୀମ ପଣ୍ଡା, ଏସିପି ଥିବା କିଶୋର ମୁଣ୍ଡ, ଏସିପି ରବୀନ୍ଦ୍ର ନାଥ ଶତପଥି , ଏସିପି ମାନସ ଗଡ଼ନାୟକଙ୍କୁ ଅନ୍ୟତ୍ର ବଦଳି କରାଯାଇଥିଲା। ସେହିପରି ଆଇଆଇସି ସ୍ଥରରେ ମଧ୍ୟ ବଦଳି ହୋଇଥିଲା। ଖଣ୍ଡଗିରି ଥାନାରେ ଥିବା ହିମାଂଶୁ ସ୍ୱାଇଁଙ୍କୁ କଟକ ବାଦାମବାଡି ଥାନାକୁ ବଦଳି ହୋଇଥିଲା। ସେହିଭଳି ରାଜଧାନୀରେ ଥିବା ଆଇଆଇସି ପଦ୍ମନାଭ ପ୍ରଧାନ,ରବିନ୍ଦ୍ରନାଥ ମେହର , କେ.ପି ମିଶ୍ର,ଶରତ ସାହୁ, ଦୀପକ ମିଶ୍ରଙ୍କ ଭଳି ଅନେକ ଥାନା ଅଧିକାରିଙ୍କୁ ଅନ୍ୟତ୍ର ବଦଳ କରାଯାଇଥିଲା। ହେଲେ ଏବେ ଅନ୍ୟ ଜିଲାକୁ ଯାଇଥିବା ଅନେକ ଏସିପି ଭୁବନେଶ୍ୱର ଫେରିଥିବା ବେଳେ ଅନେକ ଏବେ ସ୍ଥାନୀୟ ରାଜନେତାଙ୍କୁ ଧରି ଆସିବା ପାଇଁ ଲବି କରୁଛନ୍ତି। ରାଜଧାନୀକୁ ଫେରିଥିବା ଏସିପି ହେଲେ ରବୀନ୍ଦ୍ର ନାଥ ଶତପଥି,ମାନସ ଗଡ଼ନାୟକ ଆଦି ଅନେକ ଅଫିସର। ସେହିପରି ସୋମବାର ଭୁବନେଶ୍ୱରକୁ ଫେରିଥିବା ଥାନା ଅଧିକାରୀ ହେଲେ ସହୀଦନଗର ଥାନା ଅଧିକାରୀ ହିମାଂଶୁ ଭୂଷଣ ସ୍ବାଇଁ, ଖଣ୍ଡଗିରି ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ, ନୟାପଲି ଥାନା ଅଧିକାରୀ ଶରତ ସାହୁ,ଦୀପକ ମିଶ୍ର।
ସବୁଠୁ ବଡ କଥା ହେଲା ଭୁବନେଶ୍ୱରକୁ ଆସିଥିବା ଅନେକ ଥାନା ଅଧିକାରୀଙ୍କ ନାମରେ ଏକାଧିକ ଅଭିଯୋଗ ରହିଛି। ହେଲେ ତାଙ୍କ ଉପରେ ସିପି କିଭଳି ଭରସା କରି ପୁଣି ଭୁବନେଶ୍ୱରକୁ ଆଣିଛନ୍ତି, ତାହାହିଁ ସବୁଠୁ ବଡ଼ ପ୍ରଶ୍ନ ଉଠୁଛି। ସେହିପରି ଭୁବନେଶ୍ୱରରେ ଥିବା ସହୀଦନଗର ଥାନା ଅଧିକାରୀ ବିରଞ୍ଚି ପତି, ଖଣ୍ଡଗିରି ଥାନା ଅଧିକାରୀ ରସ୍ମିରଞ୍ଜନ ସ୍ବାଇଁଙ୍କୁ କଟକ ବଦଳି କରାଯାଇଛି।
ଏହି ବଦଳିକୁ ଦେଖିଲେ କଟକ ଓ ଭୁବନେଶ୍ୱରକୁ ଛାଡି ଦେଲେ ରାଜ୍ୟ ପୋଲିସରେ ସେଭଳି କେହି ଦକ୍ଷ ଅଫିସର ନାହାଁନ୍ତି। ଯେଉଁମାନେ ଭୁବନେଶ୍ୱରକୁ ଆସିଲେ ଥାନା ସମ୍ଭାଳି ପାରିବେ ନାହିଁ। କାରଣ କେବଳ କଟରରେ ଥିବା ଅଫିସରକୁ ଭୁବନେଶ୍ୱର ଏବଂ ଭୁବନେଶ୍ୱରରେ ଥିବା କେତେକ ଥାନା ଅଧିକାରୀଙ୍କୁ କଟକ ବଦଳି କରାଯାଉଛି। କିନ୍ତୁ ଅନ୍ୟ ଜିଲାରେ ଥିବା ଦକ୍ଷ ଅଫିସରଙ୍କୁ ଏଠାକୁ ଆଣିବାକୁ ସୁଯୋଗ ଦିଆଯାଉନାହିଁ। କହିବାକୁ ଗଲେ ରାଜନେତାଙ୍କ ମହୁରୀ ବାଦ୍ୟରେ କମିଶନରେଟ ପୋଲିସ ନାଚୁଛି। ଉପରୁ ଯାହା ନିର୍ଦେଶ ଆସୁଛି ସେହି ଅନୁସାରେ ବଦଳି କରାଯାଉଛି। ଯଦି କମିଶନରେଟ ପୋଲିସର ବଡ଼ ବାବୁ ମନ ଇଚ୍ଛା କୌଣସି ଥାନା ଅଧିକାରୀଙ୍କୁ ବଦଳି କରୁଛନ୍ତି, ତେବେ ତାହାକୁ ବାତିଲ କରିବାକୁ ଉପରୁ ଚାପ ପଡୁଛି। ଏହାର ଉଦାହରଣ କ୍ୟାପିଟାଲ ଥାନା ଅଧିକାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି।ସୋମବାର ତାଙ୍କର ବଦଳି ଲଷ୍ମୀସାଗର ଥାନାକୁ ହୋଇଥିଲା। ହେଲେ ମଙ୍ଗଳବାର ତାହାକୁ ବାତିଲ କରାଯାଇଥିବା ସିପି ମୁଖ୍ୟାଳୟ ପକ୍ଷରୁ ଏକ ପ୍ରେସ ରିଲିଜ ଛଡାଯାଇ ସ୍ପଷ୍ଟ କରାଯାଇଛି। ହେଲେ ସବୁଠୁ ବଡ଼ ଆଶ୍ଚର୍ଯ୍ୟ କଥା ହେଲା ପୂର୍ବରୁ ଲଷ୍ମୀସାଗର ଥାନା ଅଧିକାରୀ ଥିବା ଭରତ ସାହୁଙ୍କୁ ପୁଣି ସେହି ଜାଗାକୁ କିଭଳି ଭାବେ ବଦଳି କରାଯାଇଛି। ଯାହାକି ପୋଲିସ ମାନୁଆଲର ଖୋଲାଖୋଲି ଉଲ୍ଲଂଘନ। ଜଣେ ଅଫିସରଙ୍କୁ ଗୋଟିଏ ଥାନାକୁ ବାରମ୍ବାର ପୋଷ୍ଟିଂ କରାଗଲେ ଉକ୍ତ ଅଫିସର ଦୁର୍ନୀତିରେ ଲିପ୍ତ ରହିବା ଆଶଙ୍କାଙ୍କୁ ଏଡାଇ ଦିଆ ଯାଇ ନ ପାରେ। ଯେଉଁ ବଡ ଅଧିକାରୀ ଚାପରେ ଆସି ପୁନଃ ବଦଳି କଲେ ତାଙ୍କର ସାଧାରଣ ଜ୍ଞାନର ଅଭାବ ରହିବା ପରି ଲାଗୁଛି।
କୁହାଯାଉଛି ଯେ,କ୍ୟାପିଟାଲ ଥାନା ଅଧିକାରୀଙ୍କର ଲଷ୍ମୀସାଗର ଥାନାକୁ ବଦଳି କରାଯିବା ପରେ ସୋମବାର ଠାରୁ ସେ ଖାଇ ନାହାଁନ୍ତି। ସେ ଏହି ବଦଳି କରିବା ପାଇଁ ତାଙ୍କ ଗର୍ଡଫାଦରଙ୍କ ଘରେ ଅଧିକା ପଡ଼ିଥିଲେ। ଶେଷରେ ଉକ୍ତ ଗର୍ଡ ଫାଦର ଦୟା ଦେଖାଇ ସିିିିିପି ଅଫିସର ଜଣେ ଅଧିକାରୀଙ୍କୁ ଫୋନ କରି ବଦଳି ବାତିଲ କରିବାକୁ କହିଥିଲେ ଲ ଶେଷରେ ଚାପରେ ଆସି ସିପି ଅଫିସ ପକ ବଦଳିକୁ ବାତିଲ କରାଯାଇଥିଲା। ଦେଖବାକୁ ଗଲେ ଉକ୍ତ ଅଧିକାରୀଙ୍କ ନିକଟ ଥାନାର ଗାଡ଼ି ଚୋରି ରାକେଟ ଫସି ବିବାଦରେ ରହିଛନ୍ତି।