ସ୍ତ୍ରୀକୁ ହତ୍ୟା ପରେ ୬ ଖଣ୍ଡ କରି ଫୋପାଡି ଦେଇଥିଲା ସ୍ବାମୀ, ଇଲେକ୍ଟ୍ରିବିଲ୍ ଖୋଲିଦେଲା ସବୁ ରହସ୍ୟ
ବାରାବାଙ୍କି,:-ଉତ୍ତର ପ୍ରଦେଶର ବାରାବାଙ୍କିରେ ଟ୍ରଲି ବ୍ୟାଗ ଭିତରୁ ଜଣେ ମହିଳାଙ୍କର ମୃତଦେହ ଉଦ୍ଧାର ହୋଇଚି। ମହିଳାଙ୍କ ମୃତଦେହ ମିଳିବା ପରେ ଚାଞ୍ଚଲ୍ୟ ଖେଳିଯାଇଛି। ତେବେ ପୋଲିସ ତଦନ୍ତର ତା’ରକୁ ଯୋଡି ଅଭିଯୁକ୍ତ ସ୍ବାମୀ ପାଖରେ ପହଁଞ୍ଚି ଯାଇଛି। ସେଭଳି ଅଭିଯୁକ୍ତ ପୋଲିସଠାରୁ ବଞ୍ଚିବା ପାଇଁ ନେପାଳ ପଳାୟନ କରିବାର ଚେଷ୍ଟାରେ ଥିଲା, କିନ୍ତୁ ପୋଲିସ ତା’ର ସବୁ ଯୋଜନାକୁ ବିଫଳ କରିଥିଲା। ଅଭିଯୁକ୍ତକୁ ଧରିଥିବା ଟିମକୁ ଏସପି ୨୫ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ଧରି ଲକ୍ଷ୍ନୌ-ଅଯୋଧ୍ୟା ହାଇଓ୍ବେ ନିକଟରେ ଏକ ବ୍ରିଫକେସ୍ ଭିତରୁ ୬ ଖଣ୍ଡ ଅବସ୍ଥାରେ ଜଣେ ମହିଳାଙ୍କ ମୃତଦେହ ମିଳିଥିଲା। ମୃତଦେହର ଚିହ୍ନଟ ମୁମ୍ବାଇର ଆମ୍ବେଦକର ନଗର ଟାଟା-ବସହତ ମାର୍ଗ ଭାରତନଗର ନିବାସୀ ବାଦଶାହ ଶେଖରଙ୍କ ଝିଅ ମାଲନ୍ ବାଦଶାହ ଶେଖ ଓରଫ୍ ଆୟେଶା ଭାବରେ ହୋଇଥିଲା। ଆୟେଶାଙ୍କୁ ଲକ୍ଷ୍ନୌର ଇନ୍ଦିରା ନଗରରେ ତାଙ୍କ ସ୍ବାମୀ ହତ୍ୟା କରି ୬ ଖଣ୍ଡ କରି କାଟି ଦେଇଥିଲେ। ଅଭିଯୁକ୍ତତକୁ ସର୍ଭିଲାନ୍ସ ଜରିଆରେ ଟ୍ରେସ୍ କରି ଲକ୍ଷ୍ନୌର ଇନ୍ଦିରାନଗରରୁ ଗିରଫ କରାଯାଇଛି।
ଗତ ୫ ଜୁଲାଇରେ ଆୟେଶାଙ୍କୁ ହତ୍ୟା କରାଯାଇଥିଲା। ଘରୋଇ ବିବାଦ କାରରରୁ ତାଙ୍କର ସ୍ବାମୀ ସମୀର ଖାନ୍ ତାଙ୍କୁ ଲୁହା ରଡରେ ଆକ୍ରମଣ କରିଥିଲେ। ସମୀର ବଳରାମପୁରର ମହାରାଜଗଞ୍ଚ ଥାନା ଅନ୍ତର୍ଗତ ଗୁଲରିହାର ବାସିନ୍ଦା। ସେ ମୁମ୍ବାଇର ବାନ୍ଦ୍ରାରେ ଏକ ଚିକେସନ୍ ସପରେ କାମ କରେ। କିନ୍ତୁ ଲକଡାଉନ୍ କାରଣରୁ ମାର୍ଚ୍ଚରୁ ଲକ୍ଷ୍ନୌରେ ଥିଲା। ଆୟେଶାଙ୍କୁ ହତ୍ୟା କରିବା ପରେ ସମୀର ବଜାରରୁ ଚାପଡ ଓ ଶବକୁ ଫୋପାଡିବା ପାଇଁ ଅନ୍ୟ ସାମଗ୍ରୀ କିଣିଥିଲା। ରାତିରେ ଶବକୁ କାଟି ବ୍ରିଫକେସ୍ ଭିତରେ ଓ ବ୍ୟାଗରେ ଭର୍ତ୍ତି କରି ହାଇଓ୍ବେରେ ଫୋପାଡିକି ଆସିଥିଲା।
ବାରାବାଙ୍କିର ଏସପି ଡକ୍ଟର ଅରବିନ୍ଦ ଚର୍ତୁବେଦୀ କହିଛନ୍ତି ଯେଉଁ ବ୍ରିଫକେସରୁ ମହିଳାଙ୍କ ମୃତଦେହ ମିଳିଥିଲା ପୋଲିସକୁ ସେଥିରୁ ଦୁଇଟି ଗୁରୁତ୍ବପୂର୍ଣ୍ଣ ପ୍ରମାଣ ମିଳିଥିଲା। ପ୍ରଥମ ପ୍ରମାଣ ବ୍ୟାଗରେ ରଖାଯାଇଥିବା ଅଭିଯୁକ୍ତର ଜିନ୍ସ, ଯେଉଁଥିରେ ଲକ୍ଷ୍ନୌ ପାର୍କର ଦୁଇଟି ଟିକେଟ ଥିଲା। ଆଉ ଦ୍ବିତୀୟଟି ଥିଲା ବ୍ୟାଗ ଭିତରେ ଥିବା ଇଲେକ୍ଟ୍ରି ବିଲ୍। ଏହି ବିଲ୍ ଏତେ ପୁରୁଣା ଥିଲା ଯେ, କିଛି ମାତ୍ର ନମ୍ବର ଦେଖାଯାଉଥିଲା। ଏହାପରେ ପୋଲିସ ଯାଞ୍ଚ ଆରମ୍ଭ କରିଥିଲା।
ବିଜୁଳି ବିଲ୍ ଜଣେ ମହିଳାଙ୍କ ନାମରେ ଥିଲା। ପୋଲିସ ଯେତେବେଳେ ସେହି ମହିଳାଙ୍କ ପାଖରେ ପହଁଞ୍ଚିଥିଲା ସେ ନିଜର ଘରକୁ ସମୀରକୁ ବିକ୍ରି କରିଦେଇଥିଲେ। ପୋଲିସକୁ ସମୀରର ନମ୍ବର ମିଳିଥିଲା। ଏହାପରେ ପୋଲିସ ତା’ର ମୋବାଇଲ ନମ୍ବର ଡିଟେଲ୍ସ ଖୋଜିଥିଲା ଓ ସେଥିରୁ ଲୋକେସନ୍ ଜଣାପଡିଥିଲା। ତେବେ ଅଭିଯୁକ୍ତ ମୋବାଇଲ ବନ୍ଦ କରିଦେଇଥିଲା। ଏହାପରେ ପୋଲିସ ସର୍ଭିଲାନ୍ସ ସେଲ୍ ସାହାଯ୍ୟରେ ଅଭିଯୁକ୍ତର ନୂଆ ନମ୍ବର ପାଇଥିଲା। ଏହାପରେ ତାକୁ ଗିରଫ କରାଯାଇଥିଲା।