ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକ ଯଶରାଜଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ:- ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗାୟକ ପଣ୍ଡିତ ଯଶରାଜଙ୍କର ପରଲୋକ ହୋଇଯାଇଛି । ଆମେରିକାରେ ୯୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଯଶରାଜ ଭାରତର ପ୍ରସିଦ୍ଧ ଶାସ୍ତ୍ରୀୟ ଗାୟକଙ୍କ ମଧ୍ୟରୁ ଅନ୍ୟତମ ।

ଯଶରାଜ ମେବାତି ବଂଶର। ଯଶରାଜ ୪ବର୍ଷର ହୋଇଥିବାବେଳେ ତାଙ୍କ ବାପା ପଣ୍ଡିତ ମୋତିରାମଙ୍କ ପରଲୋକ ହୋଇଥିଲା। ତାଙ୍କ ଲାଳନ ପାଳନ ବଡ଼ ଭାଇ ପଣ୍ଡିତ ମଣିରାମଙ୍କ ତତ୍ତ୍ବାବଧାନରେ ହୋଇଥିଲା। ପଣ୍ଡିତ ଯଶରାଜ ସଙ୍ଗୀତ ଦୁନିଆରେ ୮୦ବର୍ଷରୁ ଅଧିକ ବିତାଇଛନ୍ତି ଏବଂ ଅନେକ ପୁରସ୍କାର ଓ ସମ୍ମାନ ଲାଭ କରିଛନ୍ତି। ସେ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ ।ଯଶରାଜଙ୍କ ଦେହାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକବ୍ୟକ୍ତ କରିଛନ୍ତି। ରାଷ୍ଟ୍ରପତି ଟ୍ୱିଟ୍ କରି କହିଛନ୍ତି ଯେ, ବିଶିଷ୍ଟ ସଙ୍ଗୀତଜ୍ଞ ଯଶରାଜଙ୍କ ଦେହାନ୍ତ ଖବର ତାଙ୍କୁ ମର୍ମାହତ କରିଛି । ସେ ସଙ୍ଗୀତ ଜଗତରେ ୮ ଦଶନ୍ଧୀରୁ ଅଧିକ ସମୟ ବିତାଇଥିଲେ । ଏହାସହ ତାଙ୍କ ପରିବାର ପ୍ରତି ରାଷ୍ଟ୍ରପତି ସମବେଦନା ଜ୍ଞାପନ କରିଛନ୍ତି ।

Leave a Reply

Your email address will not be published. Required fields are marked *