ଘରୋଇ ଝଗଡ଼ାରୁ ବ୍ଲେଡ୍ରେ ନିଜ ହାତ କାଟି ଦେଲେ ମହିଳା !
ନୀଳଗିରି,:- ବାଲେଶ୍ୱର ଜିଲ୍ଲା ରେମୁଣା ନୂଆଗାଁରେ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ଜଣେ ମହିଳା ନିଜ ହାତ କାଟି ଗୁରୁତର ଅବସ୍ଥାରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନାନୁସାରେ, ସୁଚିତ୍ରା ସିଂ ଓରଫ ସୁକ ରେମୁଣା ଥାନା ଅଧିନ ନୂଆଗାଁ ଅଂଚଳରେ ବିବାହ କରିଛନ୍ତି।ସେ ଅଯୋଧ୍ୟା ଅଂଚଳର ବାପ ଘରକୁ ଶୁଦ୍ଧି କର୍ମକୁ ଆସିଥିବା ବେଳେ ଗତକାଲି ରାତିରେ କୌଣସି କାରଣରୁ ଝଗଡ଼ା ହୋଇଥିଲା।ଏଥିରେ ଉତକ୍ଷିପ୍ତ ହୋଇ ସେ ବ୍ଲେଡ଼ରେ ତାଙ୍କ ବାମ ହାତକୁ କାଟି ପକାଇଥିଲେ।
ତାଙ୍କୁ ଗୁରୁତର ଭାବେ ଏକ ମୋଟରସାଇକେଲରେ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ତାଙ୍କର ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିବାର ସୂଚନା ମିଳିଛି ।