୧୪ ମାସର ଶିଶୁ ପୁତ୍ରକୁ ବାନ୍ଧି ଗୋଇଠା ପରେ ଗୋଇଠା ମାରିଲା ମା

କୋଣାର୍କ:- ମା’ ସାଜିଲା ଡାହାଣୀ। ୧୪ ମାସର ଶିଶୁ ପୁତ୍ରକୁ ଗୋଡ ହାତ ବାନ୍ଧି ମାଡ ମାରିବା ଭଳି ଏକ ଲୋମଟାଙ୍କୁରା ଦୃଶ୍ୟ ଭାଇରାଲ୍ ହୋଇଛି । ଏଭଳି ଅଭାବନୀୟ ଘଟଣା ପୁରୀ ଜିଲ୍ଲା ଗୋପ ବ୍ଲକ୍ ଅନ୍ତର୍ଗତ ଶୋରଭା ପଞ୍ଚାୟତର ପାଇକସାହି ଗ୍ରାମରେ ଘଟିଛି।କ ଭାଇରାଲ ଦୃଶ୍ୟକୁ ଏବେ ଏହି ଗ୍ରାମରେ ଅସନ୍ତୋଷ ଦେଖାଦେଇଛି ।

ସୂଚନାଯୋଗ୍ୟ ଯେ, ପାଇକ ସାହି ଗ୍ରାମର ଚକ୍ରଧର ନାମକ ଜଣେ ବ୍ୟକ୍ତି ଭୁବନେଶ୍ବର ବ୍ୟବସାୟ କରୁଥିବା ବେଳେ ଅଧିକାଂଶ ସମୟ ଘରେ ରୁହନ୍ତି ନାହିଁ । ଚକ୍ରଧରଙ୍କ ଘରେ ବୁଢ଼ା ବାପା-ମା’ ରହିବା ସହ ୧୪ ମାସର ଶିଶୁପୁତ୍ର ଓ ସ୍ତ୍ରୀ ରୁହନ୍ତି । ପୂର୍ବରୁ ଚକ୍ରଧରଙ୍କ ସ୍ତ୍ରୀ ଶାଶୁ ଶ୍ବଶୁରଙ୍କୁ ଏଭଳି ନିର୍ଯାତନା ଦେବା ଅଭିଯୋଗ ଆସିବା ପରେ ଶେଷରେ ନିଜ ସ୍ତ୍ରୀଙ୍କ ବିରୋଧରେ ଚକ୍ରଧର କୋର୍ଟରେ ଆଶ୍ରୟ ନେବା ସହିତ ସ୍ତ୍ରୀଙ୍କ ଅଜାଣତରେ ଘରେ ଏକ ସିସିଟିଭି ଲଗାଇଥିଲେ ।

କିଛି ଦିନ ତଳେ ଚକ୍ରଧର ଘରକୁ ଆସି ଏହି ସିସିଟିଭି ଫୁଟେଜ ଯାଞ୍ଚ କରିବାରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ପାଇଥିଲେ। ପରେ ଏପରି ଏକ ଲୋମଟାଙ୍କୁରା ଦୃଶ୍ୟ ଭାଇରାଲ୍ ହୋଇଥିବା ବେଳେ ଏଭଳି ଏକ ରାକ୍ଷସୀ ମା’ ତାର ୧୪ ମାସର ଶିଶୁପୁତ୍ରକୁ ମାଡ ମାରିବା ନେଇ ଅସନ୍ତୋଷ ଦେଖାଦେଇଛି । ଏଭଳି ଭାଇରାଲ୍ ଘଟଣା ସଂପର୍କରେ କୌଣସି ମତାମତ ମିଳିପାରି ନାହିଁ ।

Leave a Reply

Your email address will not be published. Required fields are marked *