ଲାଲ୍‌ କିଲ୍ଲାରୁ ସାଇବର ଓ୍ୱାର ପ୍ରତିହତ ପାଇଁ ପ୍ରଧାନମନ୍ତ୍ରୀଙ୍କର ବଡ ଘୋଷଣା

ନୂଆଦିଲ୍ଲୀ – ଲାଲ କିଲ୍ଲାରୁ ପ୍ରଧାମନ୍ତ୍ରୀ ମୋଦୀଙ୍କର ବଡ ଘୋଷଣା । ଚୀନ୍‌ର ସାଇବର ଆଟାକକୁ ପ୍ରତିହତ କରିବା ପାଇଁ ଲାଲ କିଲ୍ଲାରୁ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ୨ ମାସରେ ଚୀନ୍‌ର ୧୦୦ଟି ଆପ୍‌କୁ ନିଷେଧ ଘୋଷଣା କରାଯାଇଛି । ଭାରତ ସରକାର ସାଇବର ସୁରକ୍ଷା ପାଇଁ ନୂଆ ନିୟମ ପ୍ରଣୟନ କରିବା ପାଇଁ ଯାଉଛନ୍ତି । ଚୀନ୍‌ ଏବଂ ପାକିସ୍ତାନ ପରି ଦେଶ ପାଇଁ ବିଶେଷ ଧରଣର ଫାୟର ଓ୍ୱାଲ ହେବ । ସାଇବର ଆଟାକାକୁ ରୋକିବା ପାଇଁ ଭାରତ ସରକାର ବଡ ପଦକ୍ଷେପ ଗ୍ରହଣକରିବା ପାଇଁ ଯାଉଥିବା ମୋଦୀ ଘୋଷଣା କରିଛନ୍ତି ।

ଚୀନ୍‌ର ଓ୍ୱେବସାଇଟ୍‌ମାନଙ୍କରେ ବିଭିନ୍ନ ଭାରତ ବିରୋଧି ଦୃଶ୍ୟକୁ ଭାଇରାଲ୍‌ କରିବା ସହ ଭାରତରେ ସାଇବର ଆଟାକ କରାଯାଉଛି । ଭାରତ ବିରୋଧରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସାଇବର ଯୁଦ୍ଧ କରାଯାଉଛି । ବିଭିନ୍ନ କମ୍ପାନୀ ଏବଂ ଲୋକଙ୍କର ଆକାଉଣ୍ଟ ବି ହ୍ୟାକ କରୁଛନ୍ତି ।

ତଥ୍ୟ ଅନୁଯାୟୀ ୨୦୧୯ ପ୍ରଥମ ତିନିମାସ ଓ ୨୦୨୦ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ତୁଳନା କଲେ ଜଣାପଡ଼େ ଭାରତରେ ସାଇବର ଆଟାକ ୩୭ ପ୍ରତିଶତ ବଢିଛି । ବିଶେଷ କରି ୟୁଏସ୍ବି ଡ୍ରାଇଭ, ସିଡି, ଡିଭିଡି ପରି ଅଫ୍‌ଲାଇନ୍‌ ଡିଭାଇସ ମାଧ୍ୟମରେ ସାଇବର ଆଟାକ ଜାରିରହିଛି । ୱେବ ଥ୍ରେଟ ଡିଟେକ୍ସନ୍‌ରେ ଭାରତ ବିଶ୍ବରେ ଏହି ସମୟ ମଧ୍ୟରେ ୩୨ ରାଙ୍କରୁ ବଢି ୨୭ରେ ପହଞ୍ଚିଛି । ଚଳିତ ବର୍ଷ ପ୍ରଥମ ୩ ମାସରେ ଭାରତରେ ହୋଷ୍ଟ ହୋଇଥିବା ସର୍ଭର ଗୁଡ଼ିକ ଉପରେ ପ୍ରାୟ ୨୩ ଲକ୍ଷ ସାଇବର ଆଟାକ ହୋଇଥିବା ଜଣାପଡ଼ିଛି । ବିଶ୍ବରେ ଏଭଳି ଆକ୍ରମଣ ଶିକାର ହେଉଥିବା ଦେଶ ମଧ୍ୟରେ ଭାରତର ସ୍ଥାନ ୧୧ ରହିଛି। ପରିସଂଖ୍ୟାନ ସ୍ପଷ୍ଟ କରୁଛି ଆଗକୁ ଚାଇନିଜ ଓ ପାକିସ୍ତାନ ପଟୁ ସାଇବର ଆଟାକ ଭୟ ଆହୁରି ବଢିବ।

Leave a Reply

Your email address will not be published. Required fields are marked *