କରୋନା ସଂକଟ ଭିତରେ ଦେଶ ପାଳିବ ୭୪ ତମ ସ୍ୱାଧୀନତା ଦିବସ

ଭୁବନେଶ୍ୱର,:-କରୋନା କଟକଣା ଭିତରେ କାଲି ଆୟୋଜନ ହବେ ୭୪ ତମ ସ୍ୱାଧାନତା ଦିବସ । ଏଥିପାଇଁ ଗାଇଡଲାଇନ ଜାରି ହୋଇଛି । ଦିଲ୍ଲୀର ଲାଲକିଲ୍ଲା ଏବଂ ଆଖପାଖ ଅଂଚଳରେ ସମସ୍ତ ପ୍ରକାର ପ୍ରତିବନ୍ଧକ ହଟାଇବାକୁ ବହୁ ସ୍ତରୀୟ ନିରାପତା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ଦିଲ୍ଲୀ ପୋଲିସକୁ ସହାୟତା କରିବେ-
ସ୍ୱାଧୀନତା ଦିବସ ପାଇଁ ନିରାପତ୍ତା
– ଏନଏସଜି
– ଏସିପିଜି
– ଆଇଟିବିପି
– ‘ସ୍ୱାଟ୍’ ଟିମ
– ପରାକ୍ରମ ଭ୍ୟାନ୍
ଗୁରୁତ୍ୱପୂର୍ଣ୍ଣ ସ୍ଥାନ ମାନଙ୍କରେ ମୁତୟନ ହେବେ । ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବା ପାଇଁ ଫେସିଆଲ ରିକଗ୍ନିସନ ସିଷ୍ଟମ ମଧ୍ୟ ରଖାଯାଇଛି । କରୋନା ସଂକଟ ଭିତରେ ସ୍ୱାଧୀନତା ଦିବସ ପାଳନ ହେଉଥିବାରୁ ସଂକ୍ରମଣ ଏଡାଇବାକୁ ସମସ୍ତ ମାର୍ଗଦର୍ଶିକା ମଧ୍ୟ ପାଳନ କରାଯିବ ବୋଲି ଦିଲ୍ଲୀ ପୋଲିସ କହିଛି ।

ସ୍ୱାଧୀନତା ଦିବସରେ କରୋନା କଟକଣା
– କେନ୍ଦ୍ରୀୟ ଦିଲ୍ଲୀର ପ୍ରମୁଖ ସ୍ଥାନ ବ୍ୟତିତ ସମଗ୍ର ସହରରେ ହାଇ ସିକ୍ୟୁରିଟି ଲାଗୁ କରାଯାଇଛି
– ସକାଳ ୪ଟାରୁ ଦିନ ୧୦ଟା ଯାଏଁ ଅନେକ ରାସ୍ତାକୁ ବନ୍ଦ ରଖିବା ନେଇ ଘୋଷଣା ହୋଇଛି
– ସହରରେ ପ୍ରତି ମୁହୂର୍ତ୍ତରେ ଘଟୁଥିବା ପ୍ରତ୍ୟକ ଘଟଣା ଉପରେ ଜିଲ୍ଲା ଡିସିପି ମାନେ ଦୃଷ୍ଟି ରଖିଛନ୍ତି
– ସମସ୍ତ ଅତିଥୀ ସଂଖ୍ୟା ୨ ହଜାର ମଧ୍ୟରେ ସୀମିତ ରଖିବାକୁ ଯୋଜନା ହୋଇଛି

Leave a Reply

Your email address will not be published. Required fields are marked *