ଆଜି ୨୬ ଜିଲ୍ଲାରୁ ସୁସ୍ଥ ହେଲେ ୧୩୦୫ ସଂକ୍ରମିତ
ଭୁବନେଶ୍ଵର:- ଆଜି ଗୋଟିଏ ଦିନରେ ୧୯୭୭ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬ ଜିଲ୍ଲାରୁ ୧୩୦୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟକାରୀଙ୍କ ସଂଖ୍ୟା ୩୯,୨୦୫ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ଶୁକ୍ରବାର ଏହାର ସୂଚନା ଦିଆଯାଇଛି।ବିଭାଗ ଅନୁଯାୟୀ ସୁସ୍ଥ ହୋଇଥିବା ୧୩୦୫ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୬୬ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ୧୫୬ ସୁସ୍ଥଙ୍କ ସହ ଦ୍ଵିତୀୟରେ ରହିଛି ଖୋର୍ଦ୍ଧା। ସେହି ପରି କଟକ ଜିଲ୍ଲାରୁ ୧୨୮, ଯାଜପୁରରୁ ୧୧୧, ମାଲକାନଗିରିରୁ ୭୫, ବାଲେଶ୍ଵରରୁ ୭୧, ସୁନ୍ଦରଗଡରୁ ୬୩, ପୁରୀରୁ ୫୦, କଳାହାଣ୍ଡିରୁ ୪୪, କେନ୍ଦ୍ରାପଡାରୁ ୪୨ ରୋଗୀ କରୋନାମୁକ୍ତ ହୋଇଛନ୍ତି।ଏହିପରି କୋରାପୁଟ ଜିଲ୍ଲାରୁ ୩୩, ନୟାଗଡ ଜିଲ୍ଲାରୁ ୩୩, ଢେଙ୍କାନାଳରୁ ୨୮, ଗଜପତିରୁ ୨୫, ନବରଙ୍ଗପୁରରୁ ୨୫, ସମ୍ଵଲପୁରରୁ ୨୪, ଭଦ୍ରକରୁ ୨୦, ଝାରସୁଗୁଡାରୁ ୧୯, ମୟୂରଭଞ୍ଜରୁ ୧୮, ନୂଆପଡାରୁ ୧୬, କନ୍ଧମାଳରୁ ୧୨, କେନ୍ଦୁଝରରୁ ୧୨, ରାୟଗଡାରୁ ୧୦, ଜଗତସିଂହପୁରରୁ ୯, ବଲାଙ୍ଗିରରୁ ୮ ଓ ବରଗଡରୁ ୭ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୯୭୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୪୬୩୦ରେ ପହଞ୍ଚିଛି। ଆଜିର ସୁସ୍ଥ ସଂଖ୍ୟା ମିଶାଇ ଅଦ୍ୟାବଧି ୩୯,୨୦୫ରେ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହି ଭଳି ଗତ ୨୪ ଘଣ୍ଟାରେ ଆଉ ୧୦ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଅଦ୍ୟାବଧି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୨୪କୁ ବୃଦ୍ଧି ଘଟିଛି।