ଟୁଇନ ସିଟିରେ ମଣ୍ଡପରେ ପୂଜା ଉପରେ ଲାଗିଲା କଟକଣା,ଏଥର ମଣ୍ଡପରେ ଗଣେଶ ପୂଜାକୁ ମିଳିବନି ଅନୁମତି

ଭୁବନେଶ୍ୱର:- ଟୁଇନ ସିଟିରେ ଏଥର ମଣ୍ଡପରେ ପୂଜା ଉପରେ ଲାଗିଲା କଟକଣା । ସାର୍ବଜନୀନ ସ୍ଥାନରେ ଧାର୍ମିକ ଉତ୍ସବ ସମୟରେ ଶହ ଶହ ଲୋକ ଏକାଠି ହେବାର ସଂଭାବନା ରହିଛି । ତେଣୁ ସଂକ୍ରମଣ ଏଡାଇବାକୁ ଏଥର ଆଗୁଆ ପଦକ୍ଷେପ ଗ୍ରହଣ କରିଛି କମିଶନରେଟ୍ ପୋଲିସ । ସେଥିପାଇଁ ଟୁଇନ୍ ସିଟିରେ ଚଳିତ ବର୍ଷ ଗଣେଶ ପୂଜା ପାଇଁ ମଣ୍ଡପ ଗୁଡିକୁ ଅନୁମତି ଦିଆଯିବ ନାହିଁ ବୋଲି ଆଗୁଆ ଟୁଇଟ୍ କରି ସୂଚନା ଦେଇଛି କମିଶନରେଟ୍ ପୋଲିସ । ଚଳିତ ବର୍ଷ ମୁମ୍ୱାଇରେ ଗଣେଶ ମହୋତ୍ସବ ପାଇଁ ମଧ୍ୟ ଅନୁମତି ଦିଆଯାଇନାହିଁ । ତେଣୁ ଟୁଇନ୍ ସିଟିରେ ଗଣେଶ ପୂଜାକୁ ମନା ନିଷ୍ପତିକୁ ସମସ୍ତେ ସହଯୋଗ କରିବାକୁ ନିବେଦନ କରିଛି କରିଛି କମିଶନରେଟ୍ ପୋଲିସ ।

Leave a Reply

Your email address will not be published. Required fields are marked *