ବିମାନ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ୯୨ ଲୋକ ସୁସ୍ଥ ହୋଇ ଫେରିଲେ ଘରକୁ

ନୂଆଦିଲ୍ଲୀ:-କୋଝିକୋଡରେ ବିମାନ ଦୁର୍ଘଟଣାରେ ଆହତ ୯୨ ଜଣଙ୍କୁ ସୁସ୍ଥ ହେବା ପରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ଏୟାର ଇଣ୍ଡିଆ ଏକ୍ସପ୍ରେସ ବୁଧବାର ଏହି ସୂଚନା ଦେଇଛି । ଦୁବାଇରୁ ଆସିଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଶୁକ୍ରବାର ରାତିରେ କୋଝିକୋଡ ବିମାନବନ୍ଦରରେ ଏୟାରଷ୍ଟ୍ରିପ ସହ ଧକ୍କା ଦେହା ପରେ ୬ ଜଣ କ୍ରୁ ସଦସ୍ୟଙ୍କ ସମେତ ୧୯୦  ଜଣ ଲୋକଙ୍କ ସହ ୩୫ ଫୁଟ ଗଭୀର ଖାଇରେ ପଡିଯାଇଥିଲା । ଏହି ଦୁର୍ଘଟଣାରେ ଉଭୟ ପାଇଲଟଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ ଶନିବାର କହିଥିଲେ ଯେ ୧୪୯ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ୨୩ ଜଣଙ୍କୁ ଡିସଚାର୍ଜ କରାଯାଇଛି । ୩ ଜଣ ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

ବିମାନ କମ୍ପାନୀ କହିଛି ଯେ ଦୁର୍ଘଟଣାଗ୍ରସ୍ତ ବିମାନର ଯାତ୍ରୀମାନଙ୍କୁ କୋଝିକୋଡରେ ଥିବା ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଏୟାରଲାଇନ୍ସ କହିଛି ଯେ, ଏପର୍ଯ୍ୟନ୍ତ ୯୨ ଜଣ ସୁସ୍ଥ ହେବା ପରେ ବିଭିନ୍ନ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି । ଆହୁରି ମଧ୍ୟ କୁହାଯାଇଛି ଯେ, ୧୬ ଜଣ ଯାତ୍ରୀଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *