କରୋନାରୁ ସୁସ୍ଥ ହେଲେ ୧୪୨୨
ଭୁବନେଶ୍ଵର:–ଆଜି ଗୋଟିଏ ଦିନରେ ସର୍ବକାଳୀନ ନୂତନ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭ଜିଲ୍ଲାରୁ ୧୪୨୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବଢୁଥିବା ଆକ୍ରାନ୍ତଙ୍କ ସହିତ ତାଳ ଦେଇ ସୁସ୍ଥ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟକାରୀଙ୍କ ସଂଖ୍ୟା ୩୭,୯୦୦ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ଗୁରୁବାର ଏହାର ସୂଚନା ଦିଆଯାଇଛି।ବିଭାଗ ଅନୁଯାୟୀ ସୁସ୍ଥ ହୋଇଥିବା ୧୪୨୨ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୫୫ ଜଣ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି। ୨୨୮ ସୁସ୍ଥଙ୍କ ସହ ଦ୍ଵିତୀୟରେ ରହିଛି ଖୋର୍ଦ୍ଧା। ସେହି ପରି ଗଜପତି ଜିଲ୍ଲାରୁ ୧୩୯, ବଲାଙ୍ଗିର ଜିଲ୍ଲାରୁ ୧୦୦, ସମ୍ଵଲପୁର ଜିଲ୍ଲାରୁ ୯୫, କଟକରୁ ୭୧, ସୁନ୍ଦରଗଡରୁ ୫୭, ପୁରୀରୁ ୪୫, ଭଦ୍ରକରୁ ୪୪, ରାୟଗଡାରୁ ୪୨, ଢେଙ୍କାନାଳରୁ ୩୭ ଜଣ ସଂକ୍ରମିତ କରୋନା ମୁକ୍ତ ହୋଇଛନ୍ତି।ସେହି ପରି କନ୍ଧମାଳରୁ ୩୬, ମାଲକାନଗିରିରୁ ୩୩, କେନ୍ଦୁଝରରୁ ୩୦, କୋରାପୁଟରୁ ୨୯, ବୌଦ୍ଧରୁ ୨୮, ନୟାଗଡରୁ ୨୮, ଝାରସୁଗୁଡାରୁ ୨୧, ମୟୂରଭଞ୍ଜରୁ ୨୦, ସୋନପୁରରୁ ୧୯, ଜଗତସିଂହପୁରରୁ ୧୮, ବାଲେଶ୍ଵରରୁ ୧୩, ବରଗଡରୁ ୧୨, କଳାହାଣ୍ଡିରୁ ୧୦, କେନ୍ଦ୍ରାପଡାରୁ ୭, ଯାଜପୁରରୁ ୪ ଓ ନବରଙ୍ଗପୁରରୁ ଜଣେ କରୋନା ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି।