ଦୈନିକ ୧ ଲକ୍ଷ ଟେଷ୍ଟିଂ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ: ୬ ଜିଲ୍ଲାରେ ଖୋଲାଯିବ ୭ଟି ଲାବ

ଭୁବନେଶ୍ବର:-୧ ଲକ୍ଷ ଟେଷ୍ଟିଂ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କଲେ ରାଜ୍ୟ ସରକାର। କରୋନା ପଜିଟିଭ ୫୦ ହଜାର ଟପିବା ପରେ ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାରଙ୍କ ନୂଆ ରଣନୀତି ଆପଣେଇଛନ୍ତି । ଟେଷ୍ଟିଂ ବଢ଼ାଇ କରିବେ କରୋନା ନିୟନ୍ତ୍ରଣ । ଏଥିପାଇଁ ୨୮ ଲକ୍ଷ କିଟ କିଣିବା ପାଇଁ ଯୋଜନା ହୋଇଛି।  ତିନି ମେଡକାଲି କଲଜକୁ ଅଧିକ ଆରଟିପିସିଆର ମେସିନ ଦେଇଛନ୍ତି ।

ଦୈନିକ ୧ଲକ୍ଷ ଟେଷ୍ଟିଂ ପାଇଁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ। ସ୍ବାସ୍ଥ୍ୟ ବିଭାଗ ତିଆରି କରିଛି ନୂଆ ଟେଷ୍ଟିଂ ପ୍ଲାନ । ଆରଟିପିସିଆର ଏବଂ ଆଣ୍ଟିଜେନ ଟେଷ୍ଟିଂ ବଢ଼ାଯିବ। ଆରଟିପିସିଆର ଟେଷ୍ଟ ପାଇଁ ୬ଜିଲ୍ଲାରେ ୭ଟି ଲାବ ଖୋଲାଯିବ । ବିଶେଷକରି  ପୁରୀ, ଯାଜପୁର, ଅନୁଗୁଳ, କେନ୍ଦୁଝର, ଝାରସୁଗୁଡା, ଭବାନୀପଟଣା ଏବଂ କଳାହାଣ୍ତିରେ ଆରଟିପିସିଆର ଲ୍ୟାବ ଖୋଲାଯିବ । ଆରଟିପିସିଆର ପରୀକ୍ଷା ପାଇଁ ଏହି ଜିଲ୍ଲାର ସ୍ବାସ୍ଥ୍ୟ କର୍ମୀମାନଙ୍କୁ ୧୭ତାରିଖ ସୁଦ୍ଧା ତାଲିମ ଦିଆଯିବ । ଦେଓଗଡ ଏବଂ ନୟାଗଡ଼ରେ ଲ୍ୟାବ ଖୋଲିବା ପାଇଁ ଯୋଜନା ରହିଛି। ବୁର୍ଲା, ଏମକେସିଜି ଏବଂ ଏସସିବି ମେଡିକାଲ କଲେଜରେ ଅଧିକ ଆରଟିପିସିଆର ମେସିନ ଦିଆସରିଛି । ଆଣ୍ଟିଜେନ ଟେଷ୍ଟ ପାଇଁ ସରକାର ପ୍ରଥମ ପ୍ରର୍ଯ୍ୟୟରେ ୫ଲକ୍ଷ କିଟ ଆସିଥିବାବେଳେ ଆଜି ଦ୍ବିତୀୟ ପ୍ରର୍ଯ୍ୟୟରେ୧୩ଲକ୍ଷ କିଟ ଅର୍ଡର ଦିଆଯାଇଛି । ତୃତୀୟ ପ୍ରର୍ଯ୍ୟୟରେ ୧୫ ଲକ୍ଷ କିଟ କିଣିବାକୁ ଯୋଜନା ହୋଇଛି।

ପ୍ରତି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ତରରୁ ଟେଷ୍ଟ ଆରମ୍ଭ ହେବ । ତୁରନ୍ତ ପଜିଟିଭ ଚିହ୍ନଟ କରି ତାଙ୍କୁ  ଆଇସୋଲେସନ ରଖିବା ସହ ଚିକିତ୍ସା ଯୋଗାଇଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି ।  ସେଥିପାଇଁ ଆରଏମଆରସିରେ  ଏବଂ ଆଇଏଲଏସ ରେ ମଧ୍ୟ ମ୍ୟାନ ପାଓ୍ବାର ବଢ଼େଇବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର। ବର୍ତ୍ତମାନ ଆରଏମଆରସି ରେ ଦିନକୁ ୧୬୪୫ ଟେଷ୍ଟ ହେଉଥିବା ବେଳେ ଆଇଏଲଏସରେ ୫୭୨ ଟେଷ୍ଟ କରାଯାଉଛି। ସରକାର ଖୋଲିବାକୁ ଥିବା ନୁଆ ଲ୍ୟାବ ପାଇଁ ଆରଏମଆରସି ପକ୍ଷରୁ ପୁରୀ ଏବଂ କେନ୍ଦୁଝର ଟେକ୍ନିସିଆନମାନଙ୍କୁ ଟ୍ରେନିଂ ଦିଆଯାଇଛି।

Leave a Reply

Your email address will not be published. Required fields are marked *