୨୪ ଘଣ୍ଟା ପାଇଁ ୬ ଜିଲ୍ଲାକୁ ସତର୍କ ଘଣ୍ଟି! ପ୍ରବଳ ବର୍ଷା ଓ ବଜ୍ରପାତ ବିପଦ ଥିବା ନେଇ ୟେଲୋ ୱାର୍ଣ୍ଣିଂ ଜାରି
ଭୁବନେଶ୍ୱର:- ୬ ଜିଲ୍ଲାକୁ ସତର୍କ ଘଣ୍ଟି । ଆସନ୍ତାକାଲି ସୁଦ୍ଧା ରାଜ୍ୟର ୬ ଜିଲ୍ଲାକୁ ସତର୍କ ରହିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପରାମର୍ଶ । କାଲି ସୁଦ୍ଧା ରାଜ୍ୟର ମାଲକାନଗିରି, ନୂଆପଡ଼ା, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼ ଏବଂ ବଲାଙ୍ଗୀର । ତେବେ ଏହି ସବୁ ଜିଲ୍ଲାଗଡ଼ିକୁ ୟେଲୋ ୱାର୍ଣ୍ଣିଂ ଜାରି କରି ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।ସେପଟେ ଅନୁଗୁଳ, ଢ଼େଙ୍କାନାଳ, କେନ୍ଦୁଝର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, କଟକ ଏବଂ ପୁରୀ ଭଳି ଜିଲ୍ଲାକୁ ବଜ୍ରପାତ ବିପଦଥିବା ନେଇ ମଧ୍ୟ ଆଶଙ୍କା କରିଛି ପାଣିପାଗ କେନ୍ଦ୍ର । ତେବେ ଏହି ଜିଲ୍ଲା ଗୁଡ଼ିକୁ ମଧ୍ୟ ଆସନ୍ତାକାଲି ସୁଦ୍ଧା ସତର୍କ ରହିବାକୁ ନେଇ ୟେଲେ ୱାର୍ଣ୍ଣିଂ ଜାରି କରାଯାଇଛି ।