ଏକତରଫା ପ୍ରେମକୁ ନେଇ ଅସଦାଚରଣ ଅଭିଯୋଗ

ସାଲେପୁର:-ଏକ ତରଫା ପ୍ରେମକୁ ନେଇ ଥାନାର ଦ୍ୱାରସ୍ଥ ହେଲେ ଯୁବତୀ । କଟକ ଜିଲ୍ଲା ସାଲେପୁର ଥାନ ଜିଗ୍ନିପୁର ଛୁଆଳିଆ ଗାଁରେ ଘଟିଛି ଘଟଣା । ଯୁବକ ଜଣଙ୍କ ଏକ ତରଫା ପ୍ରେମ କରିବା ସହ ଅଶ୍ଳୀଳ ଭାଷା ଓ ଇଙ୍ଗିତ କରୁଥିବା ଅଭିଯୋଗ ଆଣିଛନ୍ତି ଯୁବତୀ । ଘଟଣାରେ ପୋଲିସ ସଂପୃକ୍ତ ଯୁବକଙ୍କୁ ଅଟକ ରଖି ପଚରାଉଚରା ଆରମ୍ଭ କରିଛି ।

ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ସାଲେପୁର ଥାନା ଜିଗ୍ନିପୁର ଛୁଆଳିଆ ଗାଁର ବନବିହାରି ରାଉତଙ୍କ ଝିଅ ଏହି ଅଭିଯୋଗ ଆଣିଛନ୍ତି  । ଏକ ତରଫା ପ୍ରେମକୁ ନେଇ ସେହି  ଗାଁର  ଅଚ୍ୟୁତାନନ୍ଦ ସାହୁଙ୍କ ପୁଅ ପ୍ରଶାନ୍ତ କୁମାର ସାହୁ ଓରଫ ନାଥିଆ ତାଙ୍କୁ ହଇରାଣ କରୁଛନ୍ତି। ଛାତ୍ରୀ ଜଣଙ୍କ ତାଙ୍କ ପଡ଼ୋଶୀ ଘର ପ୍ରବୋଧ କୁମାର ମହାନ୍ତିଙ୍କ ପୁଅକୁ ପାଠ ପଢ଼ାଇବା ପାଇଁ  ଯିବା ଆସିବା ବେଳେ ଅଶ୍ଳୀଳ ଭାଷା ଓ ଇଙ୍ଗିତ କରିବା  ସହ ଏସିଡ଼ ପକାଇବାକୁ ଧମକ ଦେଇଥିଲେ । ଏହାସହିତ ଜୀବନରୁ  ମାରିଦେବାପାଇଁ ଧମକ ଦେଇଆସୁଅଛି। ଯାହାକୁ ନେଇ ଯୁବତୀ ଓ ତାଙ୍କ ପରିବାର ଲୋକ ଭୟର ସମୟ ଅତିବାହିତ କରିଛନ୍ତି । ଶେଷରେ  ଛାତ୍ରୀଜଣଙ୍କ ଏନେଇ ଥାନାରେ ସଂପୃକ୍ତ ଯୁବକ ନାଁରେ ସାଲେପୁର ଥାନାରେ  ଅଭିଯୋଗ କରିଛନ୍ତି । ସୁରକ୍ଷା ଯୋଗାଇଦେବାକୁ ଲିଖିତ ଭାବେ ଅଭିଯୋଗ  ମଧ୍ୟ କରିଅଛି ।

Leave a Reply

Your email address will not be published. Required fields are marked *