ପୈତୃକ ସମ୍ପତିରୁ ଭାଗ ପାଇପାରିବେ ଝିଅର ସନ୍ତାନ, ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ନୂଆଦିଲ୍ଲୀ : ପୈତୃକ ସମ୍ପତିରୁ ଝିଅର ସନ୍ତାନମାନେ ମଧ୍ୟ ଭାଗ ପାଇପାରିବେ । ଝିଅ ମୃତୁ୍ୟବରଣ କରିଥିଲେ ବି ତାଙ୍କ ପିଲାମାନେ ସମ୍ପତିରୁ ଭାଗ ପାଇପାରିବେ । ସୁପ୍ରିମକୋର୍ଟ ଏଭଳି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।

ଜଷ୍ଟିସ ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ତେବେ ଗୁରୁତ୍ୱପୂର୍ଣର୍ କଥାଟି ହେଉଛି, ୨୦୦୫ ସେପ୍ଟେମ୍ବର ୯ରେ ହୋଇଥିବା ସଂଶୋଧନ ଅନୁଯାୟୀ, ଯଦି ବାପା ଓ ଝିଅ ଜୀବିତ ଥିବେ ତେବେ ଭାଗ ମିଳିପାରିବ । କିନ୍ତୁ ଏବେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଛନ୍ତିଯେ, ଯଦି ବାପା ସଂଶୋଧିତ ବିଜ୍ଞପ୍ତି ଆସିବା ପୂର୍ବରୁ ମୃତୁ୍ୟବରଣ କରିଥିବେ ତଥାପିବି ଝିଅ ଉକ୍ତ ଆଇନ ଅନୁଯାୟୀ ସମ୍ପତିରୁ ଭାଗ ପାଇପାରିବ । ଏମିତିକି ଝିଅ ମୃତୁ୍ୟବରଣ କରିଥିଲେବି ତାଙ୍କର ସନ୍ତାନମାନେ ସମ୍ପତିର ଭାଗ ପାଇବା ପାଇଁ ଦାବି କରିପାରିବେ । ପୈତୃକ ସମ୍ପତିରେ ଯେଭଳି ପୁଅ ଓ ତାଙ୍କ ପିଲାମାନଙ୍କର ଅଧିକାର ରହିଛି ଠିକ ସେହିଭଳି ଝିଅ ଓ ତାଙ୍କ ସନ୍ତାନମାନଙ୍କର ବି ଅଧିକାର ରହିବ । ଅନେକ କୋର୍ଟରେ ଏଭଳି ମାମଲା ପଡ଼ିରହିଥିବାବେଳେ ସୁପ୍ରିମକୋର୍ଟଙ୍କ ରାୟ ଉପରେ ସମସ୍ତଙ୍କର ନଜର ରହିଥିଲା । ବାପା ଓ ଝିଅ ଯଦି ମୃତୁ୍ୟବରଣ କରିଥା’ନ୍ତି ତେବେ ସେମାନଙ୍କ ପିଲାମାନଙ୍କୁ ସମ୍ପତିର ଅଧିକାର ମିଳିବ କି ନାହିଁ ତାହା ସ୍ପଷ୍ଟ ହୋଇନଥିଲା । କିନ୍ତୁ ସୁପ୍ରିମକୋର୍ଟ ଏହା ସ୍ପଷ୍ଟ କରିବା ସହ ୬ ମାସ ମଧ୍ୟରେ ପଡ଼ିରହିଥିବା ଏଭଳି ମାମଲାର ଫଇସଲା କରିବାକୁ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *