ସ୍ୱାମୀଙ୍କୁ ନିଶା ବଟିକା ଦେଇ, ପ୍ରେମୀକ ଙ୍କୁ ଘରକୁ ଡାକିକି କରୁଥିଲେ ଏପରି କାମ ,

ଗୁରୁପ୍ରୀତ ସିଂଙ୍କ ଛାତିରେ ଗୋଟିଏ ଗୁଳି ଏବଂ ପତ୍ନୀ ଜସପ୍ରୀତ କୌରଙ୍କ ଛାତିରେ ଏବଂ ପେଟରେ ଦୁଇଟି ଗୁଳି ମାରି ହତ୍ୟା କରିଥିଲେ ଅଭିଯୁକ୍ତ | ଉଭୟ ଉଲଗ୍ନ ଅବସ୍ଥାରେ ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲେ। ଜସପ୍ରୀତ କୌର ତାଙ୍କ ସ୍ୱାମୀ ଗୁରୁତେଜ ସିଂଙ୍କୁ ଶୋଇବା ବଟିକା ଖାଇବାକୁ ଦେଇ ଶୁଆଇ ଦେଇଥିଲେ |

ରାତିରେ ଜେନେରେଟରର ଡିଜେଲ ସରିଯିବା ଫଳରେ ରୁମ ର ତାପମାତ୍ରା ବଢ଼ିଯିବା ଫଳରେ ସେ ବାହାରକୁ ବାହାରିଥିଲା | ଏହା ପରେ ସେ ଏପରି କରିଥିଲା | ଘଟଣାର ସୂଚନା ପାଇବା ପରେ ପୋଲିସ ଚାଷୀଙ୍କ ଉପରେ ହତ୍ୟା ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ପୋଷ୍ଟମର୍ଟମ ପାଇଁ ଘରର ପ୍ରାଙ୍ଗଣରେ ଉଲଗ୍ନ ଅବସ୍ଥାରେ ପଡିଥିବା ପ୍ରେମୀ ଯୁଗଳଙ୍କ ମୃତଦେହକୁ ପୋଲିସ ସିଭିଲ ହସ୍ପିଟାଲର ମୁର୍ଦା ଘରେ ରଖିଛି।

ମହଲା ଗ୍ରାମ ନିବାସୀ କୃଷକ ଗୁରୁତେଜ ଙ୍କ ପତ୍ନୀଙ୍କର ଅନେକ ବର୍ଷ ଧରି ମୁକ୍ତସର ର ଗୁରୁପ୍ରୀତ ସିଂ ଙ୍କ ସହ ଅବୈଧ ସମ୍ପର୍କ ଥିଲା |ଏହାକୁ ନେଇ ଉଭୟ ପତି ପତ୍ନୀ ଙ୍କ ମଧ୍ୟରେ ସବୁବେଳେ ଝଗଡା ହଉଥିଲା |

ପ୍ରେମରେ ବାଧା ସୃଷ୍ଟି କରୁଥିବା ସ୍ୱାମୀ ଗୁରୁତେଜ ସିଂଙ୍କୁ ପ୍ରାୟ ତିନି ବର୍ଷ ପୂର୍ବେ ପତ୍ନୀ ଜସପ୍ରୀତ କୌର ଆକ୍ରମଣ କରେଇ ତାଙ୍କ ଗୋଡ ଭାଙ୍ଗି ଦିଆକରେଇଥିଲେ । ଏହା ପରେ ଜସପ୍ରୀତ କୌର ଅନେକ ଥର ଘରୁ ପଳାଇ ଯାଆନ୍ତି | କିନ୍ତୁ ପରିବାରର ସମ୍ମାନ ପାଇଁ କୃଷକ ଗୁରୁତେଜ ସିଂ ତାଙ୍କୁ ଫେରାଇ ଆଣିନ୍ତି। ଜସପ୍ରୀତ ଏବଂ ଗୁରୁପ୍ରୀତଙ୍କ ହତ୍ୟା ପରେ ଅଭିଯୁକ୍ତ କୃଷକ ଗୁରୁତେଜ ସିଂ ପ୍ରଥମେ ସାନଭାଇ ଗୁରୁପ୍ରୀତ ସିଂ ଜଗତର ସିଂଙ୍କୁ ଏହି ହତ୍ୟା ବିଷୟରେ କହିଥିଲେ। ଏହା ପରେ ପୋଲିସକୁ ହତ୍ୟା ବିଷୟରେ ସୂଚନା ଦେଇଥିଲେ।

ହତ୍ୟାକାରୀ ଗୁରୁତେଜ ସିଂ ପଳାଇବା ପରିବର୍ତ୍ତେ ସ୍ନାନ କରି ଘରର ପ୍ରାଙ୍ଗଣରେ ନିଜର ରାଇଫଲ ନେଇ ବସିଥିଲେ। ପୋଲିସ ଷ୍ଟେସନର ଦାୟିତ୍ୱରେ ଥିବା ଇନ୍ସପେକ୍ଟର ପରମଜିତ ସିଂ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସିଭିଲ ହସ୍ପିଟାଲକୁ ପଠାଇଥିଲେ। ଏହା ପରେ ପୋଲିସ ହତ୍ୟାକାରୀ ଗୁରୁଟେଜ ସିଂଙ୍କ ସହ ରାଇଫଲକୁ ମଧ୍ୟ ପୋଲିସ ଷ୍ଟେସନକୁ ନିଆଯାଇଛି।

Leave a Reply

Your email address will not be published. Required fields are marked *