ପ୍ରେମ ପାଇଁ ଆତ୍ମହତ୍ୟା !

ବ୍ରହ୍ମପୁର :- ରେଳଧାରଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର। ବ୍ରହ୍ମପୁର ଗୁଡସ ରୋଡ଼ ନିକଟ ରେଳ ଧାରଣାରୁ ମିଳିଲା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ ହେଲେ ଗୋଷାଣିନୂଆଗାଁ ଦଶଘରିଆ ସାହିର ଲୋକନାଥ ସାହୁଙ୍କ ପୁଅ ସୀମନ ସାହୁ।

ସୂଚନାଯୋଗ୍ୟ ଯେ, ରେଳଧାରଣାରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତେବେ ପ୍ରେମ ଜନିତ କାରଣରୁ ସେ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ପିତା ଲୋକନାଥ ସାହୁ । ରେଳ ଧାରଣାରେ ଶରୀରରୁ ମୁଣ୍ଡ ଅଲଗା ହୋଇ ଶବ ପଡିଥିବା ଦେଖିବାକୁ ମିଳିଛି। ଘଟଣାସ୍ଥଳରେ ଜିଆରପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *