ଓଡ଼ିଶାରେ ଆଜି ଆଉ ୧୫୨୮ ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୪୭ ହଜାର ଟପିଲା
ଭୁବନେଶ୍ୱର:-ଆହୁରି ଭୟାନକ ରୂପ ନେବାରେ ଲାଗିଛି ଏହି ମାରାତ୍ମକ ମହାମାରୀ । କରୋନା ଗୋଟିଏ ପରେ ଗୋଟିଏ ମୁଣ୍ଡ ନେଉଛି । ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ସହ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। । ଆଜି ରାଜ୍ୟରେ ୨୯ଟି ଜିଲ୍ଲାରୁ ରେକର୍ଡ ସଂଖ୍ୟାକ ୧୫୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୯୪୮ ଜଣ କ୍ୱାରେଣ୍ଟାଇନ୍ରେ ଥିବା ବେଳେ ୫୮୦ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୭ ହଜାର ୪୫୫କୁ ବୃଦ୍ଧି କରିଛି । ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।ଆଜି ଚିହ୍ନଟ ହୋଇଥିବା ୧୫୨୮ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୨୩୩ ଜଣ, ଖୋର୍ଦ୍ଧାରୁ ୨୧୮ ଜଣ, ସମ୍ବଲପୁରରୁ ୧୬୮ ଜଣ, ସୁନ୍ଦରଗଡ଼ରୁ ୧୨୬ ଜଣ, ଢ଼େଙ୍କାନାଳରୁ ୧୦୭ ଜଣ, କଟକରୁ ୭୨ ଜଣ, ଭଦ୍ରକରୁ ୭୦ ଜଣ, କୋରାପୁଟରୁ ୬୮ ଜଣ, ବଲାଙ୍ଗୀରରୁ ୫୯ ଜଣ, ବାଲେଶ୍ବରରୁ ୪୩ ଜଣ, ମାଲକାନଗିରିରୁ ୩୮ ଜଣ, ଯାଜପୁରରୁ ୩୩ ଜଣ, ନୟାଗଡ଼ରୁ ୩୨ ଜଣ, ଗଜପତିରୁ ୩୧ ଜଣ, ରାୟଗଡ଼ାରୁ ୨୭ ଜଣ, ପୁରୀରୁ ୨୬ ଜଣ, ନବରଙ୍ଗପୁରରୁ ୨୩ ଜଣ, ଜଗତସିଂହପୁର ଓ ମୟୂରଭଞ୍ଜରୁ ୨୨ ଜଣ ଲେଖାଏଁ, କନ୍ଧମାଳ ଓ କେନ୍ଦ୍ରାପଡ଼ାରୁ ୧୭ ଜଣ ଲେଖାଏଁ, ବରଗଡ଼ରୁ ୧୦ ଜଣ, ଝାରସୁଗୁଡାରୁ ୯ ଜଣ, ଅନୁଗୁଳରୁ ୮ ଜଣ, ବୌଦ୍ଧରୁ ୭ ଜଣ, କେନ୍ଦୁଝର ଓ ସୋନପୁରରୁ ୫ ଜଣ ଲେଖାଏଁ, ନୂଆପଡ଼ାରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୪୭,୪୫୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୫,୩୩୪ ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୩୧ ହଜାର ୭୮୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ୨୭୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୯ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି । ଏବେ ସୁଦ୍ଧା ରାଜ୍ୟରେ ୬୬,୯୨୬୬ଟି ସାମ୍ପୁଲ ଟେଷ୍ଟ୍ ହୋଇଛି।