ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ଇଡିର ପଚରାଉଚରା ବେଳେ ଖୁଲାସା, ସୁଶାନ୍ତଙ୍କ ଉଭଣୀଙ୍କୁ ଆକାଉଂଟରୁ କଢାଯାଇଥିଲା ଅଢେଇ କୋଟି ଟଙ୍କା

ନୂଆଦିଲ୍ଲୀ:-ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତିଙ୍କୁ ଇଡିର ଜେରା ପରେ ବଡ ଖୁଲାସା । ସୁଶାନ୍ତଙ୍କ ଭଉଣୀର ଫିକ୍ସ ଡିପୋଜିଟରୁ ଅଢେଇ ଲକ୍ଷ ଟଙ୍କା ଗାଏବ ପଛରେ ରିୟାଙ୍କ ହାତ ଥିବା ଚର୍ଚ୍ଚା ହେଉଛି । ଅର୍ଥ ହେରଫେର ନେଇ ଇଡିର ଜେରା ପରେ ଗୁମର ଖୋଲିବାରେ ଲାଗିଛି । ଇଂଡିର ଯାଂଚ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଂଟରୁ ୧୫ କୋଟି ଟଙ୍କା ଗାଏବ ଘଟଣାରୁ ଆରମ୍ଭ ହୋଇ ଏବେ ତାଙ୍କ ଚାର୍ଟାଡ ଆକାଉଂଟ ଯାଏଁ ପହଂଚିଛି । ଶୁକ୍ରବାର ରିୟାଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଜେରା କରିବା ସମୟରେ ସୁଶାନ୍ତଙ୍କ ଭଉଣୀଙ୍କ ଫିକ୍ସ ଡିପୋଜିଟ ଟଙ୍କାକୁ ନେଇ ରିୟା ବଡ ଖୁଲାସା କରିଛନ୍ତି ।ରିୟା ଇଡି ଟିମକୁ କହିଛନ୍ତି, କମ୍ପାନୀର ହିସାବ କିତାବ ରଖୁଥିବା ଦୁଇ ଚାର୍ଟାଡ ଆକାଉଂଟଙ୍କ ନାମରେ ମାର୍ଚ୍ଚ ମାସରେ ୨ କୋଟି ୬୫ ଲକ୍ଷ ଟଙ୍କା ଟ୍ରାନସଫର କରାଯାଇଛି । ତେବେ ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ସୁଶାନ୍ତ ସିଂ ନିଜ ବଡ ଭଉଣୀ ନାମରେ ସାଢେ ୪ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ କରିଥିଲେ । କିନ୍ତୁ ରିୟା ସୁଶାନ୍ତଙ୍କ ଜୀବନରେ ଆସିବା ପରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା । ଦୁଇ ଚାର୍ଟାଡ ଆକାଉଂଟାଂଟ, ରିୟା ଓ ତାଙ୍କ ଭାଇ ମିଳିମିଶ ଅଡେଇ କୋଟି ଟଙ୍କା ପାର କରିଦେଇଛନ୍ତି । ଅର୍ଥାତ୍ ସୁଶାନ୍ତ ଭଉଣୀ ନାମରେ ରଖିଥିବା ସାଢେ ୪ କୋଟି ଟଙ୍କା ଫିକ୍ସ ଡିପୋଜିଟରୁ କେବଳ ଦୁଇ କୋଟି ରହିଛି । କୁହାଯାଉଛି ସୁଶାନ୍ତଙ୍କ କମ୍ପାନୀର ହିସାବ କିତାବ, ବ୍ୟାଙ୍କା ଖାତା ଓ ଜମା ରାଶିର ଗଣିତରେ ବହୁ ସନ୍ଦିଗ୍ଧ ସୁରାଗ ଇଡି ହାତରେ ଲାଗିଛି ।

Leave a Reply

Your email address will not be published. Required fields are marked *