ଗଂଜାମ ଜିଲ୍ଲାରେ ସୁସ୍ଥ ହୋଇଛନ୍ତି ୭୮% ରୋଗୀ; ରହିଛି ପର୍ଯ୍ୟାପ୍ତ ଚିକିତ୍ସା ବ୍ୟବସ୍ଥା

ଗଂଜାମ:-

ରାଜ୍ୟରେ କରୋନା ମହାମାରୀରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଗଂଜାମ । ଦୁଇ ଦିନ ତଳେ ସ୍ଥିତି ସମୀକ୍ଷା କରି ଜିଲ୍ଲାର ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଅନେକ ପ୍ରଶ୍ନ ଉଠାଇଥିଲେ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର । ତେବେ ଆଜି କରୋନା ସ୍ଥିତି ନେଇ ଗଂଜାମ ଜିଲ୍ଲାପାଳ ପ୍ରେସମିଟ୍ କରିଥିଲେ । ସେ କହିଛନ୍ତି, କରୋନା ପରିଚାଳନା ଜିଲ୍ଲାରେ ଠିକଠାକ୍ ଚାଲିଛି । ପ୍ରାୟ ୭୮ ପ୍ରତିଶତ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି । ସଂକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ରୋଗୀଙ୍କ ପାଇଁ ୧୩୨ଟି ଆମ୍ବୁଲାନ୍ସ ଅଛି । ୯୦ଟି ଆଇସିୟୁ ୟୁନିଟ ସହ ୭୨୫ ଅକ୍ସିଜେନ ସପୋର୍ଟ ବେଡ୍ ରହିଛି । ତେଣୁ କୋଭିଡ୍ ଲକ୍ଷଣ ଥିଲେ ଭୟ ନକରି ଟେଷ୍ଟ କରାନ୍ତୁ ବୋଲି ଲୋକଙ୍କୁ ନିବେଦନ କରିଛନ୍ତି ଜିଲ୍ଲାପାଳ ।ଜିଲ୍ଲାର ସ୍ୱାସ୍ଥ୍ୟସେବା ଉପରେ ଅନେକ ପ୍ରଶ୍ନ ଚିହ୍ନ ଲାଗିଥିବା ବେଳେ ଜିଲ୍ଲାପାଳ ବିଜୟ ଅମୃତ କୁଳାଙ୍ଗେ କହିଛନ୍ତି ଜିଲ୍ଲାରେ ସବୁକିଛି ଚାଲିଛି ଠିକ୍ଠାକ୍ । ପ୍ରେସମିଟ୍ କରି ଗଂଜାମର କରୋନା ସ୍ଥିତି ଉପରେ ତଥ୍ୟ ରଖିଛନ୍ତି ଜିଲ୍ଲାପାଳ ।

ଗଂଜାମର କରୋନା ସ୍ଥିତି, କ’ଣ କହିଲେ ଜିଲ୍ଲାପାଳ?
• ସୁସ୍ଥ ହୋଇ ଫେରିଛନ୍ତି ପ୍ରାୟ ୭୮ ପ୍ରତିଶତ ରୋଗୀ
• ସକ୍ରୀୟ ସଂକ୍ରମିତଙ୍କ ସଂଖ୍ୟା କମୁଛି
• ଘରକୁ ଘର ବୁଲି ସର୍ଭେ କରାଯାଉଛି
• ଆକ୍ରାନ୍ତ ଚିହ୍ନଟ ହେଲେ ସଂପୃକ୍ତ ଅଂଚଳକୁ ଅବରୋଧ ଅଂଚଳ କରାଯାଉଛି
• ଟ୍ରେସିଂ, ଟେଷ୍ଟିଂ ଓ ଟ୍ରିଟମେଂଟକୁ ଗୁରୁତ୍ୱ ଦିଆଯିବା ସହ
• ଜିଲ୍ଲାରେ କରୋନା ଟେଷ୍ଟ ୩ଗୁଣା ବଢ଼ିଛି
• ଲକ୍ଷଣ ଥିଲେ ନଲୁଚାଇ ଟେଷ୍ଟ କରିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି
• ସ୍ୱାସ୍ଥ୍ୟସେବା ପାଇଁ ରହିଛି ପର୍ଯ୍ୟାପ୍ତ ବ୍ୟବସ୍ଥା
• ଜିଲ୍ଲାରେ ୧୩୨ ଆମ୍ବୁଲାନ୍ସ ରହିଛି
• ୯୦ଟି ଆଇସିୟୁ ୟୁନିଟ ସହ ୭୨୫ ଅକ୍ସିଜେନ ସପୋର୍ଟ ବେଡ୍ ଅଛି

Leave a Reply

Your email address will not be published. Required fields are marked *