ଫସିଲେ ର଼୍ୟାପର୍‌ ବାଦଶାହା! ଏଥିପାଇଁ ୯ ଘଣ୍ଟା କାଳ ଜେରା କଲା କ୍ରାଇମ୍‌ବ୍ରାଞ୍ଚ

ବମ୍ବେ: ବିବାଦରେ ଲୋକପ୍ରିୟ ର଼୍ୟାପର୍‌ ବାଦଶାହା। ଫେକ୍‌ ଫଲୋୟର ର଼୍ୟାକେଟ୍‌ କେସ୍‌ରେ ସେ ଛନ୍ଦି ହୋଇଛନ୍ତି। ନିଜର ସୋସିଆଲ ମିଡିଆରେ ସେ ନକଲି ଫଲୋଅର୍ସ କରିଛନ୍ତି। ଏହାକୁ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ତାଙ୍କୁ ଡାକରା ଆସିଥିଲା। ଶୁକ୍ରବାର ସେ ମୁମ୍ବାଇ କ୍ରାଇମ୍‌ବ୍ରାଞ୍ଚ ଅଫିସରେ ପହଞ୍ଚିଥିଲେ। ସେଠାରେ ତାଙ୍କୁ ୨୩୮ଟି ପ୍ରଶ୍ନ ପଚରାଯାଇଥିଲା।

କ୍ରାଇମ୍‌ବ୍ରାଞ୍ଚକୁ ମିଳିଥିବା ଅଭିଯୋଗ ଅନୁଯାୟୀ, ସୋସିଆଲ ମିଡିଆରେ ତାଙ୍କ ଗୀତକୁ ଲକ୍ଷ ଲକ୍ଷ ଲୋକ ଦେଖୁଥିବା ବେଳେ କମେଣ୍ଟ ଖୁବ୍‌ କମ୍‌ କରୁଛନ୍ତି। ତାଙ୍କର ଏକ ଗୀତ ‘ପାଗଲ ହୈ’କୁ ଗୋଟିଏ ଦିନରେ ୭୫ ମିଲିୟନ୍‌ ଲୋକେ ଦେଖିଥିଲେ। ହେଲେ ଗୁଗୁଲ ଏହି ତଥ୍ୟକୁ ଭୁଲ କହୁଛି। ଏହା ଉପରେ ଏବେ ତଦନ୍ତ ଜାରି ରହିଛି। କ୍ରାଇମ୍‌ବ୍ରାଞ୍ଚ ବାଦ୍‌ଶାହଙ୍କୁ ତାଙ୍କ ଫଲୋଅର୍ସର ସୂଚନା ଦେବାକୁ କହିଛନ୍ତି।

ଇଣ୍ଡିଆନ ଆଇଡଲ ପ୍ରତିଯୋଗୀ ଥିବା ଭୂମି ତ୍ରିବେଦୀ ନିଜ ନାମରେ ଚାଲିଥିବା ଏକ ନକଲି ଆକାଉଣ୍ଟ ବିଷୟରେ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ଏହାପରେ ଯାଞ୍ଚରେ ବଡ଼ କଥା ଜଣାପଡ଼ିଥିଲା। ଅନେକ ସେଲିବ୍ରିଟିଙ୍କ ଲକ୍ଷ ଲକ୍ଷ ନକଲି ଫଲୋଅର୍ସ ଅଛନ୍ତି। ଏହା ପିଆର୍‌ ଏଜେନ୍ସି ମାନଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହା ଜଣାପଡ଼ିବା ପରେ ସାଇବର ସେଲ ଏବଂ କ୍ରାଇମ୍‌ବ୍ରାଞ୍ଚକୁ ଏହାର ଯାଞ୍ଚ ନିର୍ଦ୍ଦେଶ ଦିଆଯାଇଥିଲା।

Leave a Reply

Your email address will not be published. Required fields are marked *