ପଜିଟିଭ ଆସିବା ପରେ ବି କୋଭିଡ ହସପିଟାଲକୁ ନେଉନି ପ୍ରଶାସନ : କାରରେ ସଙ୍ଗରୋଧରେ ରହୁଛନ୍ତି ଆକ୍ରାନ୍ତ

ଭୁବନେଶ୍ୱର,:-ରାଜଧାନୀରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ପ୍ରଶାସନ ନେଉନାହିଁ କୋଭିଡ ଡାକ୍ତରଖାନାକୁ । ବାଧ୍ୟ ହୋଇ କାରରେ କ୍ୱାରେଟାଂଇନ୍ ହୋଇଛନ୍ତି ଆକ୍ରାନ୍ତ ଜଣକ । ଘରେ ଛୋଟ ପିଲା ଥିବାରୁ ସେ ଏବେ ରହୁଛନ୍ତି ଘର ବାହାରେ କାର୍ ଭିତରେ । ଗତକାଲି ଠାରୁ ଆଜି ଯାଏଁ ଅଖିଆ ଅପିଆ କାରରେ ଭିତରେ ରହିଛନ୍ତି ସଂଗରୋଧରେ । ପ୍ରଶାସନ ଏଯାଏଁ ତାଙ୍କ ନିକଟରେ ପହଁଚି ନଥିବା ସେ ଅଭିଯୋଗ କରିଛନ୍ତି । କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବ୍ୟକ୍ତି ନୟାପଲ୍ଲୀରେ ଏକ ବ୍ୟାଙ୍କରେ ଚାକିରୀ କରନ୍ତି ।ଗତ ୫ ତାରିଖରେ ତାଙ୍କର ସ୍ୱାବ ପରୀକ୍ଷା ପାଇଁ ନମୂନା ଯାଇଥିଲା । ଗତକାଲି ଠାରୁ ତାଙ୍କର ରିପୋର୍ଟ ପଜିଟିଭ୍ ଆସିବା ପରଠାରୁ କେବେ କୋଭିଡ୍ ଡାକ୍ତରଖାନାରେ ସେ ଭର୍ତି ହୋଇ ଚିକିତ୍ସିତ ହେବେ ଅପେକ୍ଷାରେ ରହିଛନ୍ତି ।

Leave a Reply

Your email address will not be published. Required fields are marked *