ଗଞ୍ଜାମ ଓ ଗଜପତିରେ ମୃଦୁ ଭୂମିକମ୍ପ : ରିକ୍ଟର ସ୍କେଲରେ ତୀବ୍ରତା ୩.୮,

ଗଂଜାମ:-ଗଂଜାମ ଓ ଗଜପତି ଜିଲ୍ଲାରେ ମୃଦୁ ଭୂମିକମ୍ପ । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ ହୋଇଛି । ସକାଳ ପ୍ରାୟ ୭ଟା ୧୦ ମିନିଟରେ ଏହି ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ନାଲନାଲ ସେଂଟର ଫର ସେସମୋଲଜି ଏନେଇ ପୁଷ୍ଟି କରିଛି । ସକାଳୁ ସକାଳୁ ଏପରି ମୃଦୁ ଭୂକମ୍ପ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି କରିଛି ।ବ୍ରହ୍ମପୁରଠାରୁ ପ୍ରାୟ ୭୩ କିଲୋମିଟର ଦୂରରେ ଗଜପତି ଜିଲ୍ଲାର ମୋହନା ଅଞ୍ଚଳରେ ଏହା ଠାବ କରାଯାଇଛି। ଏହା ଭୟରେ ବହୁ ଲୋକ ପଦାକୁ ବାହାରି ଆସିଥିଲେ । ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତିର ସୂଚନା ନାହିଁ ।

Leave a Reply

Your email address will not be published. Required fields are marked *