ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ତାଙ୍କ କୁକୁରର ବେଲ୍ଟରେ

ମୁମ୍ୱାଇ – ବଲିଉଡ୍ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ ଦିନକୁ ଦିନ ରହସ୍ୟ ଘନେଉଥିବା ବେଳେ ପୁଣି ଏକ ତଥ୍ୟ ଚର୍ଚ୍ଚା ସୃଷ୍ଟି କରିଛି । ସୁଶାନ୍ତଙ୍କ ପୂର୍ବତନ ପର୍ସନାଲ ଆସିଷ୍ଟାଣ୍ଟ  ଅଙ୍କିତ୍ ଆଚାର୍ଯ୍ୟ ଦାବି କରି କହିଛନ୍ତି ଯେ , ସୁଶାନ୍ତଙ୍କୁ ହତ୍ୟା କରାଯାଇଛି ।

Pinkvilla କୁ ଦେଇଥିବା ଏକ ସାକ୍ଷାତ୍‌କାରରେ ଅଙ୍କିତ୍ କହିଥିଲେ , ସେ ପୂର୍ବରୁ ସୁଶାନ୍ତଙ୍କ ସହ ୨୪ଘଣ୍ଟା ରହୁଥିଲେ। ସେ କେବେ ବି ଆତ୍ମହତ୍ୟା କରିନଥିବେ । ସେ କହିଛନ୍ତି , ସେ ତାଙ୍କ ଡେଡ୍‌ବଡ଼ିର ଫଟୋ ବହୁଥର ଦେଖିଛନ୍ତି ଏବଂ ସେ ଅନୁମାନ କରୁଛନ୍ତି ଯେ , ତାଙ୍କ କୁକୁରର ବେଲଟ୍‌ରେ ତାଙ୍କୁ ଚିପି ମାରି ଦିଆଯାଇଛି ।ଅଙ୍କିତ୍‌ କହିଛନ୍ତି , “ ମୁଁ ଜାଣିଛି ସୁଶାନ୍ତ ଭାଇ ପ୍ରକୃତରେ ବହୁତ ଭଲ । ଏହା ଆତ୍ମହତ୍ୟା ବୋଲି ମୁଁ ବିଶ୍ୱାସ କରୁନି । ଏହା ପ୍ରକୃତରେ ଏକ ହତ୍ୟାକାଣ୍ଡ । ଯଦିବା ସୁଶାନ୍ତ ନିଜେ ଆତମହତ୍ୟା କରିଛନ୍ତି , ହେଲେ ଯେତେବେଳେ ଆତ୍ମହତ୍ୟା ହୋଇଥାଏ, ବେକରେ ଚିହ୍ନ  ସର୍ବଦା ୟୁ-ଆକରରେ ଥାଏ। କିନ୍ତୁ ଯେତେବେଳେ କେହି ତୁମକୁ  ଚିପି ଧରିଥାଏ ଏହା ଓ-ଆକାରରେ ଚିହ୍ନ ପଡ଼ିଥାଏ । ଆଉ ଏବେ ସୁଶାନ୍ତ ଭାଇଙ୍କ ମାମଲାରେ ଏହା ଓ-ଆକରର ଚିହ୍ନ ।

ଆଉ ମଧ୍ୟ ଯେତେବେଳେ ଆତ୍ମହତ୍ୟା ହୋଇଥାଏ ,ଜଣେ ବ୍ୟକ୍ତିର ଆଖି ବାହାରକୁ ବାହାରି ଆସିଥାଏ । ଜିଭ ମଧ୍ୟ ବାହାରକୁ ଆସିଯାଇ ଥାଏ । ସେଠାରେ ଫେଣ ଥିଲା । ସୁଶାନ୍ତ ଭାଇଙ୍କ ଦେହରେ  ଆଉ କିଛି ଚିହ୍ନ ନଥିଲା । ତେଣୁ ଏହା ପ୍ରକୃତରେ ଆତ୍ମହତ୍ୟା ମାମଲା । “

ଅଙ୍କିତ ଆଉ ମଧ୍ୟ କହିଥିଲେ କି , ବର୍ତ୍ତମାନ ସିବିଆଇ ଏହି ମାମଲାକୁ ହାତକୁ ନେଇ ଥିବାରୁ ସେ ଖୁସି ।

Leave a Reply

Your email address will not be published. Required fields are marked *