ପୂର୍ବତନ ପୋଲିସ ଡିଜି ଏସ୍‌. ଏନ୍‌. ତିୱାରୀଙ୍କ ପରଲୋକ: ୮୧ ବର୍ଷ ବୟସରେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ

ଭୁବନେଶ୍ୱର:-ପୂର୍ବତନ ପୁଲିସ ମହାନିର୍ଦେଶକ ଏସଏନ ତିୱାରୀଙ୍କ ପରଲୋକ । ୮୧ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି ।ପୂର୍ବତନ ପୁଲିସ୍ ମହାନିର୍ଦ୍ଦେଶକ ଶ୍ୟାମ ନାରାୟଣ ତିୱାରୀଙ୍କ ଆଜି ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ବର୍ଷ ହୋଇଥିଲା। କିଛିଦିନ ହେବ ସେ କର୍କଟରେ ପୀଡିତ ହୋଇ ଚିକିତ୍ସିତ ହେଉଥିବା ତାଙ୍କର ପରିବାରବର୍ଗ ସୂଚନା ଦେଇଛନ୍ତି।ଦିବଂଗତ ତିୱାରୀ ରାଜଖରିଆର (ବର୍ତ୍ତମାନ ଖରିଆର)ର  ମୂଳ ବାସିନ୍ଦା ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର  ପାସ୍‌ କରି ସେ ୧୯୬୩ରେ ଆଇପିଏସରେ ଯୋଗ ଦେଇଥିଲେ ।  ଏହାପ‌ରେ ସେ ରାଜ୍ୟ ପୁଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥାରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରିଥିଲେ। କେବଳ ଏତିକି ନୁହେଁ, ତିୱାରୀ ଓଡ଼ିଶାର ପୁଲିସ ବାହିନୀର ପ୍ରାୟ ସମସ୍ତ ବିଭାଗ ତଥା କେନ୍ଦ୍ରୀୟ ପୁଲିସ ସଂଗଠନରେ ମଧ୍ୟ ନେତୃତ୍ୱ ନେଇଛନ୍ତି। ଏସ୍‌ ଏନ୍‌ ତିୱାରୀ ଡିଆଇଜି ସେଣ୍ଟ୍ରାଲ୍‌ ରେଞ୍ଜ, ନିର୍ଦ୍ଦେଶକ (ଇଣ୍ଟେଲିଜେନ୍‌ସ), ନିର୍ଦ୍ଦେଶକ (କାରାଗାର), ଡିଜି ପୁଲିସ ପଦରେ ସଫଳତା ସହ କାର୍ଯ୍ୟ କରି  କେନ୍ଦ୍ରୀୟ ଡେପୁଟେସନ୍‌ରେ ଇଣ୍ଟେଲିଜେନ୍‌ସ ବ୍ୟୁରୋର ଯୁଗ୍ମ ସଚିବ, ଭାବରେ ମଧ୍ୟ କାମ କରିଛନ୍ତି।

Leave a Reply

Your email address will not be published. Required fields are marked *