ରାମ ମନ୍ଦିରର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ ମୋଦି, ସମ୍ପନ୍ନ ହେଲା ଭୂମିପୂଜନ

ଲକ୍ଷ୍ନୌ:-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ ପରେ ଶୁଭ ମୂହୁର୍ତ୍ତରେ କରିଛନ୍ତି ରାମ ମନ୍ଦିରର ଶିଳାନ୍ୟାସ। ଏହି ଅବସରରେ ଆରଏସଏସ ମୁଖ୍ୟ ମୋହନ ଭାଗବତ, ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ବହୁ ଖାସ୍ ଲୋକ ଉପସ୍ଥିତ ଥିଲେ। ଏହି ଐତିହାସିକ ମୁହୂର୍ତ୍ତର ଆଜି ସାକ୍ଷୀ ହୋଇଛି ସାରା ଅଯୋଧ୍ୟା। ସେଠାରେ ଉପସ୍ଥିତ ଥିବା ଅତିଥିଙ୍କ ଜୟ ଶ୍ରୀରାମ ଜୟ ଶ୍ରୀରାମ୍… ଶବ୍ଦର ଉଚ୍ଚାଚଣରେ ସାରା ଅଯୋଧ୍ୟା ଆଜି ମନ୍ତ୍ରମୟ ହୋଇ ଉଠିଛି। କେବଳ ଅଯୋଧ୍ୟାର ଲୋକେ ନୁହେଁ ସାରା ଦେଶ ଏପରିକି ବିଶ୍ବର ବିଭିନ୍ନ ସ୍ଥାନରେ ଥିବା ଭାରତୀୟମାନେ ଏହି ଐତିହାସିକ ସମୟର ସାକ୍ଷୀ ହୋଇଛନ୍ତି। ୫୦୦ ବର୍ଷରୁ ଦୀର୍ଘ ସମୟର ଅପେକ୍ଷା ଶେଷରେ ଆଜି ପୂର୍ଣ୍ଣ ହୋଇଥିବାର ଦେଖିବାକୁ ମିଳିଛି। ଅଯୋଧ୍ୟାରେ ଭୂମିପୂଜନ ସମ୍ପନ୍ନ ହୋଇଛି।ରାମ ମନ୍ଦିର ପାଇଁ ଭୂମିପୂଜନରେ ଲଗାଯାଇଥିବା ୯ଟି ଶିଳାର ପୂଜନ ଭିତରେ ଯେଉଁଶିଳା ରହିଛି ତାହା ହେଲା କୁର୍ମଶିଳା। ଏହି ଶିଳାର ଠିକ୍ ଉପରେ ରାମଲାଲା ବିରାଜମାନ ହେବେ। ରାମମନ୍ଦିର ଭୂମି ପୂଜନରେ ପୂଜାରୀ କହିଛନ୍ତି, ଏଠାରେ ୯ଟି ଇଟା ରଖାଯାଇଛି। ଏହାକୁ ୧୯୮୯ରେ ସାରା ବିଶ୍ବର ଭଗବାନ ରାମଙ୍କ ଭକ୍ତ ପଠାଇଥିଲେ। ଏଭଳି ଇଟାର ସଂଖ୍ୟା ୨ ଲକ୍ଷ ୭୫ ହଜାର, ଯାହା ଭିତରେ ୧୦୦ ଇଟା ‘ଜୟ ଶ୍ରୀ ରାମ’ ଖୋଦିତ କରାଯାଇଛି।ଭୂମି ପୂଜନ ପୂର୍ବରୁ ମୋଦି ହନୁମାନଗଢୀ ମନ୍ଦିରରେ ପ୍ରଥମେ ପୂଜା କରିଥିଲେ। ଏହାପରେ ରାମଲାଲାଙ୍କୁ ଦର୍ଶନ ପାଇଁ ତାଙ୍କର ଅସ୍ଥାୟୀ ମନ୍ଦିର ପହଁଞ୍ଚି ସଷ୍ଟାଙ୍ଗ ପ୍ରଣାମ କରି ଆର୍ଶିବାଦ ନେଇଥିଲେ। ଅଯୋଧ୍ୟାକୁ ୪୦୦ କ୍ବିଣ୍ଟାଲ ଫୁଲରେ ସଜାଯାଇଛି। ଥାଇଲାଣ୍ଡରୁ ଅର୍କିଡ ବେଙ୍ଗାଲୁରରୁ ଅପରାଜିତା ଫୁଲ ମଗାଯାଇଛି। ସେଭଳି ନାରଙ୍ଗୀ ଓ ନାଲି ରଙ୍ଗର ଡବଲ ଗେଣ୍ଡୁଫୁଲ। ଅଯୋଧ୍ୟାରେ ଚାରିଆଡେ ହର୍ଷଉଲ୍ଲାସର ବାତାବରଣ ଦେଖିବାକୁ ମିଳିଛି। ଲୋକମାନେ ରାସ୍ତା ଉପରକୁ ଆସି ଭଜନ-କୀର୍ତ୍ତନ ଓ ଜୟ ଶ୍ରୀରାମ ଉଚ୍ଚାରଣ କରିବାରେ ଲାଗିଛନ୍ତି।

Leave a Reply

Your email address will not be published. Required fields are marked *