ସମୁଦ୍ର କୂଳରୁ ରହସ୍ୟମୟ ଜୀବ ଉଦ୍ଧାର

ବ୍ରିଟେନ୍ସ:-ମୁଦ୍ର କୂଳରେ ଲୋକଙ୍କୁ ଅନେକ ଥର ପଶୁଙ୍କ ଶବ ପଡ଼ିଥିବାର ଦେଖିବାକୁ ମିଳିଥାଏ। କିନ୍ତୁ ବ୍ରିଟେନର ଏକ ସମୁଦ୍ର କୂଳରେ ରହସ୍ୟମୟ ଜୀବର ଶବ ପଡ଼ିଥିବାର ଦେଖି ଲୋକେ ଡରିଯାଇଥିଲେ,ଆଶ୍ଚର୍ଯ୍ୟର କଥା ଏହିକି ଯେ ଏହି ଶବରୁ ଭୀଷଣ ଦୁର୍ଗନ୍ଧ ବାହାରୁଥିଲା। ୧୫ଫୁଟର ଏକ ରହସ୍ୟମୟ ଜୀବ ବ୍ରିଟିଶ ସମୁଦ୍ର ତଟ ଆଂସଡେଲରେ ଦେଖାଯାଇଥିଲା। ସର୍ବପ୍ରଥମେ ଜୁଲାଇ ୨୯ତାରିଖରେ ଜଣେ ବ୍ୟକ୍ତିଙ୍କୁ ସମୁଦ୍ର ତଟରେ ଏହି ଦୁର୍ଗନ୍ଧଯୁକ୍ତ ଶବ ଦେଖିବାକୁ ମିଳିଥିଲା।

ବ୍ୟକ୍ତି ଜଣକ କହିଥିଲେ ଯେ ଜୀବଟିର ୪ଟି ଗୋଡ଼ ଥିଲା,ଯାହା ପୂରା ଅଦ୍ଭୁତ ଦେଖାଯାଉଥିଲା। ଏହା ପାଖାପାଖି ୧୫ଫୁଟ ଲମ୍ବା ଥିଲା ଏବଂ ସବୁ ଜାଗାରୁ ହାଡ଼ ବାହାରିଥିଲା । ଏଥିରୁ ପାଖାପାଖି ୪ଫୁଟ ଲମ୍ବା ଷ୍ଟମ୍ଫ ଥିଲା।
ଏପରି ଲାଗୁଥିଲା ସତେ ଯେମିତି ଏହି ରହସ୍ୟମୟ ଜୀବଟି ପ୍ରସବ କରୁଥିଲା ଏବଂ ସେହି ସମୟରେ ତା’ର ମୃତ୍ୟୁ ହୋଇଯାଇଛି। ଏହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଜୀବର ପରିଚୟ ଜଣା ପଡ଼ିନାହିଁ। ଏହି ଜୀବଟି ପୂରାପୂରି ସଢ଼ି ଯାଇଛି ଏବଂ ମାଟି ଜୁଡ଼ୁବୁଡ଼ୁ ହୋଇଯାଇଛି।

Leave a Reply

Your email address will not be published. Required fields are marked *