ଅଯୋଧ୍ୟାରେ ପହଁଞ୍ଚିଲେ ମୋଦି, ହନୁମାନଗଢୀ ମନ୍ଦିରରେ ଯୋଗୀଙ୍କ ସହ କଲେ ପୂଜା,

ଅଯୋଧ୍ୟା:-ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଆଜି ହେବ ଭୂମି ପୂଜନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୂମି ପୂଜନ ପରେ ମନ୍ଦିର ନିର୍ମାଣ ପାଇଁ ପ୍ରଥମ ଇଟା ରଖାଯି ପବ। ଏହି କାର୍ଯ୍ୟକ୍ରମ ପାଇଁ ୧୭୫ ପ୍ରତିଷ୍ଠିତ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।  ପ୍ରଧାନମନ୍ତ୍ରୀ ମୋଦି ଅଯୋଧ୍ୟ ପହଁଞ୍ଚିଯାଇଛନ୍ତି। ହେଲିପ୍ୟାଡରୁ ମୋଦି ସିଧା ହନୁମାନଗଢୀ ମନ୍ଦିର ଯାଇଥିଲେ ସେଠାରେ ପୂଜା କରିଛନ୍ତି। ମୋଦିଙ୍କ ସହ ଏହି ସମୟରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଅଛନ୍ତି। ପୂଜା ପରେ ଭୂମିପୂଜନ ସ୍ଥଳ ଅଭିମୁଖେ ଯିବେ ମୋଦି।

Leave a Reply

Your email address will not be published. Required fields are marked *