ଆଇପିଏଲର ମୁଖ୍ୟ ପ୍ରାୟୋଜକରୁ ଓହରିଲା ଚାଇନିଜ କମ୍ପାନୀ ଭିଭୋ

ନୂଆଦିଲ୍ଲୀ:-ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ର ପରବର୍ତ୍ତୀ ସଂସ୍କରଣରେ ଚାଇନାର ମୋବାଇଲ୍ କମ୍ପାନୀ ଭିଭୋ ଏହାର ମୁଖ୍ୟ ପ୍ରଯୋଜକ ପଦରୁ ଓହରିଯାଇଥିବା ଜଣାପଡିଛି | ଦେଶରେ ପ୍ରବଳ ବିରୋଧ ପରେ ମଙ୍ଗଳବାର ଭିଭୋ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । ଜୁନ୍ ମାସରେ ପୂର୍ବ ଲଦାଖରେ ଭାରତୀୟ ଏବଂ ଚୀନ୍ ସୈନିକଙ୍କ ମଧ୍ୟରେ ସଂଘର୍ଷ ପରଠାରୁ ଅନେକ ଲୋକ ଚାଇନାର ସାମଗ୍ରୀକୁ ବର୍ଜନ କରିବା ନେଇ ନିଷ୍ପତି ନେଇଛନ୍ତି ।

ଏହା ବ୍ୟତୀତ ଯେତେବେଳେ ଆଇପିଏଲ୍ ପରିଚାଳନା ପରିଷଦ ବୈଠକରେ ଭିଭୋକୁ ଚଳିତବର୍ଷ ଆଇପିଏଲ ପାଇଁ ପ୍ରାୟୋଜକ ରଖିବା ଲାଗି ନିଷ୍ପତି ନିଆଯାଇଥିଲା ଏହା ପରେ ସୋସିଆଲ ମିଡିଆରେ ଲୋକମାନେ ଏହାକୁ ପ୍ରବଳ ବିରୋଧ କରିଥିଲେ । ସୂଚନା ଅନୁଯାୟୀ, କମ୍ପାନୀ ଆସନ୍ତା ବର୍ଷରେ ଅର୍ଥାତ୍ 2021 ରେ ପ୍ରାୟୋଜକ ହେବ, ଏହି ଡିଲ୍ 2023 ପର୍ଯ୍ୟନ୍ତ ଚାଲିବ । ଏହି ବର୍ଷ ପାଇଁ ନୂତନ ପ୍ରଯୋଜକ ସମ୍ପର୍କରେ ଖୁବ ଶୀଘ୍ର ଘୋଷଣା କରାଯିବ |

ଆଇପିଏଲର 13 ତମ ସଂସ୍କରଣ ଆସନ୍ତା ମାସ 19 ସେପ୍ଟେମ୍ବରରୁ ୟୁଏଇରେ ଆରମ୍ଭ ହେବ | ଏହାର ଅନ୍ତିମ ମ୍ୟାଚ୍ 10 ନଭେମ୍ବରରେ ଖେଳାଯିବ | ପ୍ରାରମ୍ଭରେ ମାର୍ଚ୍ଚରେ ଏହି ଲିଗ୍ ଭାରତରେ ଖେଳାଯିବାକୁ ଥିଲା, କିନ୍ତୁ ମାରାତ୍ମକ କରୋନା ଜୀବାଣୁ ବୃଦ୍ଧି ପାଉଥିବାରୁ ଏହାକୁ ସ୍ଥଗିତ ରଖାଯାଇଥିଲା।

Leave a Reply

Your email address will not be published. Required fields are marked *