ନୂଆ ମାନଚିତ୍ର ଜାରି କରି ଜାମ୍ମୁ କାଶ୍ମୀରକୁ ନିଜର ଦର୍ଶାଇଲା ପାକିସ୍ତାନ

ନୂଆଦିଲ୍ଲୀ- ପୁଣି ବିଳି ବିଳେଉଛି ପାକିସ୍ତାନ । ଏକ ନୂଆ ମାନଚିତ୍ର ଜାରି କରି ଜାମ୍ମୁ କାଶ୍ମୀରକୁ ନିଜର ବୋଲି ଏଥିରେ ଦର୍ଶାଇଛି । ଅଗଷ୍ଟ ୫ ତାରିଖରେ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରାଯାଇଥିଲା । ଏହାକୁ ଏବେ ଏକ ବର୍ଷ ପୂରିବା ପାଇଁ ଯାଉଛି । ଏହି ଅବସରରେ ପାକିସ୍ତାନ ପୁଣି ବିଳି ବିଳେଇଛି । ଏବେ ପୁଣି ଏକ ନୂଆ ଚାଲ୍‌ ଖେଳିବା ପାଇଁ ଅପଚେଷ୍ଟା କରିଛି ପାକିସ୍ତାନ । ଜାମ୍ମୁ କାଶ୍ମୀରର ସହ ଗୁଜୁରାଟର ଜୁନାଗଡ ଏବଂ କେତେକ ଅଂଶକୁ ନିଜର ବୋଲି ଦର୍ଶାଇଛି । ଏଥିରେ ଗୁଜୁରାଟର ସାର କ୍ରିକ୍‌ ଅଂଶ ବି ରହିଛି ।

ପାକିସ୍ତାନର ଏହି ନୂଆ ମାନଚିତ୍ରକୁ ପାରିତ କରାଯିବା ବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ୍‌ ଖାନ୍‌ ଉପସ୍ଥିତ ରହିଥିଲେ । ଇମରାନ୍‌ଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନୂଆ ମ୍ୟାପକୁ ପାରିତ କରାଯାଇଥିଲା । ପାକିସ୍ତାନରେ ଥିବା ସମସ୍ତ ବିଦ୍ୟାଳୟ ମହାବିଦ୍ୟାଳୟ ଅନ୍ୟ ଶିକ୍ଷାନୁଷ୍ଠାନ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟରେ ଏହି ମ୍ୟାପକୁ ବ୍ୟବହହାର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଏହାକୁ ଅନେକ ହାସ୍ୟାସ୍ପଦ କଥା ବୋଲି କହିଛନ୍ତି।

କାଶ୍ମୀରେରେ ସଦା ସର୍ବଦା ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନ ଆଉ ଏକ ନୂଆ ଚାଲ୍‌ ଖେଳିବା ପାଇଁ ଚେଷ୍ଟା କରିଛି । ହେଲେ ଭାରତ ଉପରେ ପାକିସ୍ତାନର ଏହି ଅପଚେଷ୍ଟାର କୌଣସି ପ୍ରଭାବ ପଡିବା ନାହିଁ ବୋଲି ସୂଚନା ମିଳିଛି ।ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ପାକିସ୍ତାନର ଏହି ପଦକ୍ଷେପକୁ ହାସ୍ୟପଦ ବୋଲି କହିଛି ।

Leave a Reply

Your email address will not be published. Required fields are marked *