ଭୂମି ପୂଜନ ପୂର୍ବରୁ ଟ୍ୱିଟରର ପ୍ରୋଫାଇଲ ଫଟୋ ବଦଳାଇଲେ କମଲନାଥ, ‘ହନୁମାନ ଚାଲିସା’ ପାଠ କରିବେ

ନୂଆଦିଲ୍ଲୀ :- ବୁଧବାର ଦିନ ଉତ୍ତରପ୍ରଦେଶର ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କରିବେ। ଏହା ପରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଭଳି ପରିସ୍ଥିତିରେ ଭୂମି ପୂଜନ ପୂର୍ବରୁ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲ ନାଥ ତାଙ୍କ ଟ୍ୱିଟର ପ୍ରୋଫାଇଲ ଫଟୋ ବଦଳାଇ ଦେଇଛନ୍ତି। ନୂଆ ଫଟୋରେ ସେ ଭଗବା ଚୋଲା ପିନ୍ଧିଥିବାର ନଜର ଆସିଛନ୍ତି। ମଙ୍ଗଳବାର ଦିନ କଂଗ୍ରେସ ନେତା ତାଙ୍କ ଫଟୋ ବଦଳାଇ ଲେଖିଛନ୍ତି। ‘ ଶ୍ରୀ ରାମଙ୍କ ହନୁମାନ କଲ୍ୟାଣ କରନ୍ତୁ।’ଏହାପୂର୍ବରୁ ସୋମବାର ସେ ଟ୍ୱିଟ୍ କରି କହିଛନ୍ତି, ପ୍ରିୟ ଲୋକମାନେ, ମୁଁ ତୁମର ପ୍ରଗତି ଏବଂ ସମୃଦ୍ଧତା ପାଇଁ ଆସନ୍ତାକାଲି ସକାଳ ୧୧ଟାରେ ‘ହନୁମାନ ଚାଲିସା’ ପାଠ କରିବି। ମୁଁ ଅନୁରୋଧ କରୁଛି ଆପଣ ସମସ୍ତେ ଆପଣଙ୍କ ଘର କିମ୍ବା ନିକଟସ୍ଥ ମନ୍ଦିରକୁ ଯାଇ ଭଗବାନ ହନୁମାନଙ୍କୁ ପୂଜା କରନ୍ତୁ ଏବଂ ମଧ୍ୟପ୍ରଦେଶର ସମୃଦ୍ଧତା କାମନା କରନ୍ତୁ। ରାମ ଲକ୍ଷ୍ମଣ ଜାନକୀ, ଜୟ ବୋଲୋ ହନୁମାନ କୀ। ‘

Leave a Reply

Your email address will not be published. Required fields are marked *