ବଜ୍ରପାତରେ ଚାଲିଗଲା ୬ ଜଣଙ୍କ ଜୀବନ

ଭୁବନେଶ୍ବର :-ରାଜ୍ୟର ବିଭିନ୍ନ ସ୍ଥାନରେ ସୋମବାର ସନ୍ଧ୍ୟାରେ ବର୍ଷା, ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ଏଥିରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାନ୍ଦବାଲି ବ୍ଲକରୁ ୨ ଜଣ, ତିହିଡ଼ି ବ୍ଳକ ଏବଂ ନୀଳଗିରିରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।

ଚାନ୍ଦବାଲି ବ୍ଲକ ବାଲିଗାଁର ମଥୁରୀ ଦାସ ବିଲରେ ଧାନ ରୋଉଥିବା ବେଳେ ବଜ୍ରପାତ ହୋଇଥିଲା। ଏଥିରେ ସେ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସେହିପରି ଓଳାଭରର ରମାକାନ୍ତ ବେଜ ସ୍ଥାନୀୟ ଦୋକାନରୁ ଘର ନିର୍ମାଣ ପାଇଁ ସାମଗ୍ରୀ କିଣୁଥିବା ବେଳେ ବଜ୍ରପାତ ହେବାରୁ ଟଳିପଡ଼ିଥିଲେ।

ତିହିଡି ବ୍ଲକ ଅନ୍ତର୍ଗତ ପଇତିପୁର ଗାଁର ଆନନ୍ଦ ଦାସ ନିଜ ଜମିରେ କାମ କରିବା ବେଳେ ପ୍ରାଣ ହରାଇଛନ୍ତି। ନୀଳଗିରିର ନିତ୍ୟାନନ୍ଦ ବିଶ୍ୱାଳ ବିଲରେ ସାରା ପକାଉଥିବା ବେଳେ ବଜ୍ରପାତ ହେବାରୁ ପ୍ରାଣ ହରାଇଛନ୍ତି।

Leave a Reply

Your email address will not be published. Required fields are marked *