ସ୍ୱାମୀର ହାତଗୋଡ ବାନ୍ଧି ସ୍ତ୍ରୀ ଓ ନାବାଳିକା ଝିଅକୁ ଗଣଦୁଷ୍କର୍ମ,
ଭୋପାଳ:-ମଧ୍ୟପ୍ରଦେଶର ବୁରହାନପୁରରେ ଜଣେ ମହିଳା ଓ ତାଙ୍କ ନାବାଳିକା ଝିଅ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ରବିବାର ଉଭୟ ନିଜ ଘରେ ଥିବା ବେଳେ ୬ ଜଣ ଯୁବକ ସେମାନଙ୍କୁ ଗଣଦୁଷ୍କର୍ମ କରିଥିଲେ ।
ସୂଚନାନୁସାରେ, ରବିବାର ରାତିରେ ମହିଳାଜଣଙ୍କ ଘରେ ତାଙ୍କ ସ୍ୱାମୀ ଓ ୧୨ ବର୍ଷର ଝିଅ ସହ ଥିଲେ । ସେହି ସମୟରେ ୬ଜଣ ଯୁବକ ଘରେ ଜୋର ଜବରଦସ୍ତି ପସିଥିଲେ । ଏପରିକି ସ୍ୱାମୀଙ୍କ ହାତ ଗୋଡ ବାନ୍ଧି ଦେଇଥିଲେ । ଏହାପରେ ସେମାନେ ମହିଳା ଓ ତାଙ୍କ ୧୨ ବର୍ଷର ଝିଅଙ୍କୁ ଘର ପାଖରେ ଥିବା ଏକ ପଡିଆକୁ ନେଇ ଗଣଦୁଷ୍କର୍ମ କରିଥିଲେ ।
ଏହାସହ ଦୁର୍ବୃତ୍ତମାନେ ଘରୁ ଟଙ୍କା ଓ ସୁନା ଗହଣା ମଧ୍ୟ ଚୋରି କରି ନେଇଛନ୍ତି । ଏପରିକି ସେମାନେ ମୋବାଇଲ ଫୋନ୍ ଲୁଟି ନେଇଛନ୍ତି । ମହିଳାଙ୍କ ଘର ଏକ କ୍ରସର ଅଞ୍ଚଳରେ ହୋଇଥିବାରୁ ରାତିରେ ସେ ପାଟି କରିଥିଲେ ମଧ୍ୟ କେହି ଶୁଣିପାରି ନଥିଲେ । ଘଟଣା ବାବଦରେ ପୀଡିତା ମହିଲା ପୋଲିସରେ ଅଭିଯୋଗ କରିଛନ୍ତି । ପୋଲିସ ମାମଲାରୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଛି ।