କରୋନା ରିପୋର୍ଟ ପଜିଟିଭ ଆସିବାରୁ ବେକରେ ରଶି ଲଗାଇ ଆତ୍ମହତ୍ୟା

ଉନ୍ନାଓ:-କରୋନା ରିପୋର୍ଟ ପଜିଟିଭ ଆସିବାରୁ କାନପୁର ନଗରରେ ନିୟୋଜିତ ବିଇଓ (ଖଣ୍ଡ ଶିକ୍ଷା ଅଧିକାରୀ) ନିଜ ଘରେ ଫାସୀ ଲଗାଇ ଆତ୍ମହତ୍ୟା କରିଛନ୍ତି | ଉନ୍ନାଓର ମୋହାଲ୍ଲା କଲ୍ୟାଣୀ ନିବାସୀ ୫୨ ବର୍ଷ ବୟସ୍କ ସୁରେଶଚନ୍ଦ୍ର ବର୍ମା ବିଇଓ ପଦବୀରେ ଥିଲେ | ସେ ବାର୍ଷିକ ଶିକ୍ଷା ବିଭାଗ ୧୯୯୭ ବ୍ୟାଚର ଖଣ୍ଡ ଶିକ୍ଷା ଅଧିକାରୀ ଥିଲେ | ସେ କାନପୁର ସଦର ବଜାରର ଅତିରିକ୍ତ କାର୍ଯ୍ୟ ଅଧିକାରୀ ମଧ୍ୟ ଥିଲେ | ଶନିବାର ଦିନ ତାଙ୍କୁ ଜ୍ୱର ହେବାସହ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା | ସେ କାନପୁର ଉର୍ସଲା ହସ୍ପିଟାଲରେ କରୋନା ଯାଞ୍ଚ କରିଥିଲେ | ଶନିବାର ବିଳମ୍ବିତ ରାତିରେ ତାଙ୍କର ରିପୋର୍ଟ ପଜିଟିଭ ଆସିଥିବା ତାଙ୍କୁ ସୂଚନା ଦିଆଯାଇଥିଲା | କରୋନା ପଜିଟିଭ ରିପୋର୍ଟ ଆସିବା ପରେ ସେ ଚିନ୍ତିତ ହୋଇ ପଡ଼ିଥିଲେ ଓ ନିଜ ଘରେ ପଙ୍ଖାରେ ଫାସୀ ଲଗାଇ ଆତ୍ମହତ୍ୟା କରିଥିଲେ | ପରିଜନ ତାଙ୍କୁ ପଙ୍ଖାରେ ଝୁଲୁଥିବାର ଦେଖି ରଶିରୁ କାଢି ହସ୍ପିଟାଲ ନେଇଯାଇଥିଲେ | କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ | ଆତ୍ମହତ୍ୟା ଖବର ଶୁଣି ତାଙ୍କ ପରିବାରରେ ଶୋକ ଖେଳି ଯାଇଥିଲା | ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ହସ୍ପିଟାଲରେ ପହଞ୍ଚିଥିଲା ଓ ପ୍ରୋଟୋକଲ ଅନୁଯାୟୀ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା |

Leave a Reply

Your email address will not be published. Required fields are marked *