ରାତି ଅଧରେ ପରିବାର ଲୋକଙ୍କ ସହ ଘର ଛାଡି ପଳାଇଲେ ରିୟା ଚକ୍ରବର୍ତ୍ତୀ

ମୁମ୍ବାଇ:–ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ଏବେ ସନ୍ଦେହ ଘେରରେ। ତଦନ୍ତ ପାଇଁ ମୁମ୍ବାଇରେ ପହଁଞ୍ଚିଥିବା ବିହାର ପୋଲିସ ଏବେ ରିୟାଙ୍କ ସନ୍ଧାନରେ ରହିଛି। ରିୟାଙ୍କ ବିରୋଧରେ ସୁଶାନ୍ତଙ୍କ ପରିବାର ଲୋକ ଏଫଆଇଆର ରୁଜୁ କରିଛନ୍ତି। ଏହା ଭିତରେ ରିୟା ମୁମ୍ବାଇରେ ଥିବା ନିଜର ବାସଭବନରୁ ପରିବାର ସହିତ ଅନ୍ୟ କୁଆଡେ ପଳାଇ ଯାଇଛନ୍ତି।

ଏକ ଟିଭି ଚ୍ୟାନେଲର ରିପୋର୍ଟ ଅନୁସାରେ, ରିୟାଙ୍କ ବିଲ୍ଡିଂର ସୁପରଭାଇଜର କହିଛନ୍ତି ୩ ଦିନ ତଳେ ରିୟା ତାଙ୍କ ବାପା-ମା ଏବଂ ଭାଇ  ରାତି ଅଧରେ ଘର ଛାଡି କୁଆଡେ ପଳାଇଛନ୍ତି। ସେମାନେ ଯିବା ବେଳେ ଏକ ବଡ ସୁଟକେସ ସାଙ୍ଗରେ ନେଇଥିବା ବେଳେ ଏକ ନୀଳ ରଙ୍ଗର କାରରେ ଯାଇଥିଲେ। ଗତ ଜୁନ୍ ୧୪ ତାରିଖରେ ବାନ୍ଦ୍ରାରେ ଥିବା ଘରୁ ସୁଶାନ୍ତଙ୍କ ମୃତଦେହ ମିଳିଥିଲା। ମୁମ୍ବାଇ ପୋଲିସର  ତଦନ୍ତରେ ଅସନ୍ତୁଷ୍ଟ ପ୍ରକାଶ କରି ସୁଶାନ୍ତଙ୍କ ପରିବାର ବିହାରରେ ରିୟାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ। ଏହାପରେ ବିହାର ପୋଲିସ ମୁମ୍ବାଇ ଯାଇ ସେଠାରେ ତଦନ୍ତ କରୁଛି।  ବିହାର ପୋଲିସ ମୁମ୍ବାଇକୁ ଯିବା ପରେ ରିୟାଙ୍କୁ ପଚରାଉଚରା ପାଇଁ ଚେଷ୍ଟା କରୁଥିବା ବେଳେ ଏହା ଭିତରେ ରିୟା କିନ୍ତୁ ଚୁପଚାପ୍ କୁଆଡେ ଚାଲିଯାଇଛନ୍ତି।  ସେ ସୁପ୍ରିମକୋର୍ଟଙ୍କ ନିକଟରେ ପିଟିସନ୍ ଦାଖଲ କରିବା ସହ ମାମଲାକୁ ମୁମ୍ବାଇ ଟ୍ରାନ୍ସଫର କରିବାକୁ ଦାବି କରିଛନ୍ତି। କିଛି ଦିନ ତଳେ ସେ ଏକ ଭିଡିଓ ଜାରି କରିଥିଲେ, ସତ୍ୟର ସବୁବେଳେ ଜୟ ହେବ, ମୋର ଭଗବାନ ଓ ଆମର ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ବାସ ରହିଛି। ଏହାପରେ ସତ୍ୟମେବ୍ ଜୟତେ ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *