ପାକିସ୍ତାନୀ ଟିଭି ଚ୍ୟାନେଲ ‘ଡନ୍’ ହ୍ୟାକ୍,ଦିଆଗଲା ସ୍ୱାଧିନତା ଦିବସର ସନ୍ଦେଶ
ଲାହୋର :–ପାକିସ୍ତାନୀ ଟିଭି ନ୍ୟୁଜ୍ ଚ୍ୟାନେଲ ଡନ୍ର ଓ୍ୱେବସାଇଟ୍ ହ୍ୟାକ୍ କରାଯାଇଥିବା ଅଭିଯୋଗ ହୋଇଛି । ଚ୍ୟାନେଲର ପ୍ରସାରଣ ବେଳେ ଏକ ବିଜ୍ଞାପନ ଚାଲୁଥିଲା ।ଏହି ସମୟରେ ହ୍ୟାକିଂ ହୋଇଥିଲା । ଅନେକ ଟ୍ୱିଟର ୟୁଜର ଏହା ଦେଖିଥିବା ଦାବି କରିଛନ୍ତି ।ବିଜ୍ଞାପନ ସମୟରେ ହ୍ୟାକରମାନେ ଭାରତୀୟ ପତାକା ଲଗଇଥିଲେ । ଏହାସହ ଏଥିରେ ଅଗଷ୍ଟ ୧୫ ପାଇଁ ସ୍ୱାଧିନତା ଦିବସର ଶୁଭେଚ୍ଛା ମଧ୍ୟ ଦିଆଯାଇଥିଲା । ଏହି ସନ୍ଦେଶ ଚ୍ୟାନେଲରେ ଦିନ ପ୍ରାୟ ସାଢେ ୩ଟାରେ ଦେଖିବାକୁ ମିଳିତିଲା । ତେବେ ଏହା କେତେ ସମୟ ଧରି ଟିଭି ପରଦାରେ ଦେଖିବାକୁ ମିଳିଥିଲା ତାହା ଜଣାପଡି ନାହିଁ ।ନ୍ୟୁଜ୍ ଜକି ଟ୍ୱିଟର ହାଣ୍ଡେଲରେ ପୋଷ୍ଟ କରାଯାଇଥିଲା ଯେ, ଡନ୍ର ଚ୍ୟାନେଲ୍ ହ୍ୟାକ୍ ହୋଇଯାଇଛି ।ଏହାମଧ୍ୟରେ ଡନ୍ ଟ୍ୱିଟ୍ କରି କହିଛି ଯେ, ମାମଲାର ଯାଂଚ ଆରମ୍ଭ ହୋଇଛି ।










