ଜାଲରେ ଧରାପଡୁନାହାନ୍ତି ଇଲିସି, ବର୍ଷା ନଥିବାରୁ କୁଳକୁ ଅଣ୍ଡା ଦେବାକୁ ଆସୁନାହାନ୍ତି ଇଲିସି

ପାରାଦୀପ:-ବର୍ଷା ନହେବା କାରଣରୁ ଏବର୍ଷ ଶସ୍ତାରେ ଇଲିସି ମାଛ ଖାଇବା ସ୍ୱପ୍ନ ହୋଇଯାଇଛି ପାରାଦୀପବାସୀଙ୍କ ପାଇଁ । ପ୍ରତିବର୍ଷ ଶ୍ରାବଣ ମାସରେ ଉପକୂଳବର୍ତୀ ଜିଲ୍ଲା ଗୁଡିକରେ ପ୍ରଚୁର ଇଲିସି ମାଛ ଧରାଯାଏ । କାରଣ ଏହି ମାସରେ ଉପରମୁଣ୍ଡରେ ପ୍ରବଳ ବର୍ଷା ହୁଏ । ବର୍ଷା ଯୋଗୁଁ ଗୋଳିଆ ବଢିପାଣି ମୁହାଣ ଦେଇ ସମୁଦ୍ରରେ ପଶେ । ଝିପି ଝିପି ବର୍ଷା ସାଙ୍ଗକୁ ପବନ ବହିଥାଏ । ଏଭଳି ପାଗରେ ମଧୁର ପାଣିରେ ଅଣ୍ଡା ଦେବା ପାଇଁ ଇଲିସି ମାଛ କୂଳକୁ ଆସନ୍ତୁ । ତେଣୁ ଏହି ସମୟରେ ପ୍ରଚୁର ଇଲିସି ମାଛ ଧରାହୁଏ । ମାତ୍ର ଚଳିତବର୍ଷ ବର୍ଷାର ଅଭାବ କାରଣରୁ ଇଲିସି ମାଛ ଉତ୍ପାଦନ ବନ୍ଦ ହୋଇଯାଇଛି । ପାଣିପାଗରେ ପରିବର୍ତନ ଲୋକଙ୍କୁ ଇଲିସି ମାଛ ଖାଇବାରୁ ବଂଚିତ କରିବାର ଆଶଙ୍କା ସୃଷ୍ଟି ହୋଇଛି ।

Leave a Reply

Your email address will not be published. Required fields are marked *