କୋରାପୁଟ ଜିଲ୍ଲାରେ ଆଜିଠାରୁ ୧୪ ଦିନିଆ ଲକଡାଉନ; ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଖୋଲିବ ଦୋକାନ ବଜାର

ଜୟପୁର;-କୋରାପୁଟ ଜିଲ୍ଲାରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ଦୃଷ୍ଟିରେ ରଖି ଶନିବାର ମଧ୍ୟରାତ୍ରିରୁ ଆସନ୍ତା ୧୪ ତାରିଖ ମଧ୍ୟରାତ୍ରି ଯାଏଁ ଜିଲ୍ଲାରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି କୋରାପୁଟ ଜିଲ୍ଲାପାଳ।

ଏହି ଲକ୍ ଡାଉନ୍ ସମୟରେ ସପ୍ତାହକୁ ୩ ଦିନ ଅର୍ଥାତ୍ ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ଦିନ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ସମସ୍ତ ଦୋକାନବଜାର ଖୋଲା ରହିବ । ଅନ୍ୟ ଦିନଗୁଡିକରେ କେବଳ ଅତ୍ୟାବଶ୍ୟକୀୟ ଖାଦ୍ୟ ସାମଗ୍ରୀ ଦୋକାନ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବନ୍ଦ ରହିବ ।

ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ପାର ହୋଇଥିବା ବେଳେ ସହରାଞ୍ଚଳରେ ସ୍ଥିତି ବେକାବୁ ହେଉଛି ।

Leave a Reply

Your email address will not be published. Required fields are marked *