ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଚୋର

ଭୁବନେଶ୍ବର:-ସାମ୍ବାଦିକଙ୍କ ଘରେ କଳାକନା ବୁଲାଇଲେ ଚୋର । ଭୁବନେଶ୍ବର ୟୁନିଟ୍ ୩ ସ୍ଥିତ ସାମ୍ବାଦିକଙ୍କ ଘରୁ ଚୋରୀ କରିଛନ୍ତି ଦୁର୍ବୃତ୍ତ । ଘରର ମେନ୍ ଗେଟ୍ ଓ ଘର ତାଲା ତାଡି କଳାକନା ବୁଲାଇ ଦେଇଥିବା ଜଣାପଡିଛି । ଚୋଚୀ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ ଚଳାଇଛି ।ଗତ କିଛି ଦିନ ତଳେ ଘର ସମ୍ମୁଖରୁ ଭିଜିଲାନ୍ସ ଡିଏସପିଙ୍କ ବେକରୁ ସୁନା ଚେନ୍ ଛଡାଇ ନେଇଥିଲେ ଦୁଇ ଦୁର୍ବୃତ୍ତ । ନିଜ କ୍ବାର୍ଟର ପରିସରରୁ ତାଙ୍କଠାରୁ ଲୁଟ୍ ହୋଇଥିଲା । ତେବେ ରାଜଧାନୀରେ ଗୋଟିଏ ପରେ ଗୋଟିଏ ଏଭଳି ଘଟଣା ପୋଲିସର ମୁଣ୍ଡବ୍ୟଥାର କାରଣ ସାଜିଛି । ଚୋର, ଡକାୟତଙ୍କ ପାର୍ଦୁଭାବ ବଢି ଯାଇଛି । ଉଚିତ୍ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି

Leave a Reply

Your email address will not be published. Required fields are marked *