ଅନନ୍ତଙ୍କ ପିଛା ଛାଡୁନି ବିବାଦ,ମହିଳାଙ୍କୁ ଅସଦାଚରଣ ଓ ଗାଳିଗୁଲଜ ନେଇ ଥାନାରେ ମାମଲା

ଭୁବନେଶ୍ୱର:-ବିବାଦ ପିଛା ଛାଡ଼ୁନି ଭୁବନେଶ୍ବର ମଧ୍ୟ ବିଜଦ ବିଧାୟକ ଅନନ୍ତ ନାରାୟଣ ଜେ ନାଙ୍କର । ମହିଳାଙ୍କୁ ଅସଦାଚରଣ ଓ ଗାଳିଗୁଲଜ କରିବା ତାଙ୍କ ପାଇଁ ପୁଣି ମହଙ୍ଗା ସାବ୍ୟସ୍ତ ହୋଇଛି । ଅନନ୍ତଙ୍କ ନାଁରେ ଥାନାରେ ମାମଲା ହୋଇଛି । ଘରେ ପଶି ମହିଳାଙ୍କୁ ଜୀବନରୁ ମାରିଦେବାକୁ ମଧ୍ୟ ବିଧାୟକ ଅନନ୍ତ ଧମକ ଚମକ ଦେଇଥିବା ନେଇ ମହିଳା ଜଣଙ୍କ ଅଭିଯୋଗ ଆଣିଛନ୍ତି । ମହିଳା ଜଣଙ୍କୁ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତିl

 ଅନନ୍ତଙ୍କ ନାମରେ ମହିଳା ଆଣିଲେ ଟଣାଓଟରା ଅଭିଯୋଗ । ଘରେ ମହିଳାଙ୍କ ସ୍ବାମୀ ନଥିବା ବେଳେ ଘରେ ବଳ ପୂର୍ବକ ପସିବା ସହ ମହିଳା ଜଣଙ୍କୁ ଗାଳିଗୁଲଜ କରି ବନ୍ଧୁକ ଲଗାଇ ମାରିଦେବାର ଦେଇଛନ୍ତି ଧମକ ଦେଇଥିବା ମହିଳା ଅଭିଯୋଗ କରିଛନ୍ତି ।ଅଭିଯୋଗସେପଟେ ଖୋର୍ଦ୍ଧା ଏସପି ଅଜୟପ୍ରତାପ ସ୍ବାଇଁ କହିଛନ୍ତି ଘଟଣାର ଅଭିଯୋଗ ନେଇ ତଦନ୍ତ ଚାଲିଛି । ତେବେ ଅନନ୍ତ ଜେନାଙ୍କ ସାରୁଅ ଅଞ୍ଚଳରେ ଫାର୍ମ ହାଉସରେ ଏକ ପୋଖରି ଖୋଳାକୁ କେନ୍ଦ୍ର କରି ଏଭଳି ବିବାଦ ଉପୁଜିଛି । ଗତ ୧୯ ତାରିଖରେ ଅନନ୍ତ ଓ ତାଙ୍କର କିଛି ସହଯୋଗୀ କାର ଯୋଗେ ଯାଇ ସାରୁଅ ଅଞ୍ଚଳରେ ଏଭଳି କାରନାମା କରିଥିବା ମହିଳା ଜଣଙ୍କ ଅଭିଯୋଗରେ ଉଲ୍ଲେଖ ହୋଇଛି । ଏନେଇ ବିଧାୟକ ଅନନ୍ତ ନାରାୟଣ ଜେନା ଏ ସମ୍ପର୍କରେ ଜାଣି ନଥିବା କହିଛନ୍ତି । ତେବେ ନିଜ ପ୍ରତିକ୍ରିୟା ରଖିବା ପାଇଁ ସେ ଦୂରରେ ଥିବା କହି କଥା ଟାଳି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *