ପଶ୍ଚିମବଙ୍ଗକୁ 1000 କୋଟି ଟଙ୍କାର ପ୍ରାରମ୍ଭିକ ଆର୍ଥିକ ସହାୟତା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ପଶ୍ଚିମବଙ୍ଗ:-ପଶ୍ଚିମବଙ୍ଗରେ,ସୁପର ସାଇକ୍ଲୋନିକ୍ ବାତ୍ୟା ଅମ୍ଫାନ୍ ଯୋଗୁଁ ଭୀଷଣ କ୍ଷୟକ୍ଷତି ଘଟିଛି | ଗତ 283 ବର୍ଷ ମଧ୍ୟରେ ଏହା ହେଉଛି ସବୁଠାରୁ ଭୟଙ୍କର ବାତ୍ୟା ଥିବା ନେଇ ସରକାର ସୂଚନା ଦେଇଛନ୍ତି | ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ପ୍ରଭାବିତ ଅଞ୍ଚଳ ଉପରେ ବିମାନ ସର୍ଭେ କରିଛନ୍ତି। ଏହି ସର୍ଭେ କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ପଶ୍ଚିମବଙ୍ଗକୁ 1000 କୋଟି ଟଙ୍କାର ପ୍ରାରମ୍ଭିକ ସହାୟତା ଘୋଷଣା କରିଛନ୍ତି, ଏଥିସହ ଖୁବ୍ ଶୀଘ୍ର କେନ୍ଦ୍ରର ଏକ ଟିମ୍ ରାଜ୍ୟକୁ ଆସି ବିସ୍ତୃତ ସର୍ଭେ କରିବ ବୋଲି ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ବିମାନ ସର୍ଭେ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଯେତେବେଳେ ଦେଶରେ କରୋନା ଜୀବାଣୁ ସଙ୍କଟ ଦେଖାଦେଇଛି, ସେତେବେଳେ ଏହି ଝଡ ଦ୍ୱାରା ଦେଶର ପୂର୍ବାଞ୍ଚଳକୁ ପ୍ରଭାବିତ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଏହି ବାତ୍ୟା ପାଇଁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ପ୍ରସ୍ତୁତି ଚଳାଇଥିଲେ, କିନ୍ତୁ ଏହା ସତ୍ତ୍ୱେ ବି ଆମେ 80 ଜଣଙ୍କୁ ହରାଇଛୁ । ଏହି ବାତ୍ୟା ଯୋଗୁଁ ବହୁ ସମ୍ପତ୍ତି ନଷ୍ଟ ହୋଇଛି ଯେଉଁଥିରେ ଘର ଦ୍ୱାର ଓ  ଭିତ୍ତିଭୂମି ମଧ୍ୟ ନଷ୍ଟ ହୋଇଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 1000 କୋଟି ଟଙ୍କାର ପ୍ରାରମ୍ଭିକ ଅର୍ଥିକ ସହାୟତା ବ୍ୟତୀତ ବାତ୍ୟା ଦ୍ୱାରା ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ମୃତକଙ୍କ ପରିବାର ଲୋକଙ୍କୁ ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ମଧ୍ୟ ପ୍ରଦାନ କରିଛନ୍ତି ଏହା ସହ ବାତ୍ୟା ଦ୍ୱାରା ଗୁରୁତର ଆହାତ ହୋଇଥିବା ବ୍ୟକ୍ତିଙ୍କୁ 50 ହଜାର ଟଙ୍କା ଆର୍ଥିକ ସହୟତା ମଧ୍ୟ ପ୍ରଦାନ କରିଛନ୍ତି ।

Leave a Reply

Your email address will not be published. Required fields are marked *