ଆମ୍ବୁଲାନ୍ସ ନଥିବାରୁ ପିପିଇ କିଟ ପିନ୍ଧି ନିଜେ ବାଇକ୍‌ ଚଲାଇ କୋଭିଡ ସେଣ୍ଟର ଯାଉଛନ୍ତି କରୋନା ସଂକ୍ରମିତ ବ୍ୟକ୍ତି

ଲକ୍ଷ୍ମୌ: କରୋନା ମହାମାରୀ ସମୟରେ ଲୋକମାନଙ୍କୁ ସଚେତନ ରହିବାକୁ କୁହାଯିବା ସହିତ ସ୍ୱାସ୍ଥ୍ୟ ବିଭାଗକୁ ରୋଗୀମାନଙ୍କ ଯଥାସମ୍ଭବ ଯତ୍ନ ନେବାକୁ କୁହାଯାଉଛି। ଏଭଳି ପରିସ୍ଥିତିରେ ମଧ୍ୟପ୍ରଦେଶର ସିହୋର ଜିଲ୍ଲାର ବୁଦ୍ଧନିରେ ସ୍ୱାସ୍ଥ୍ୟ ବିଭାଗର ଏକ ଅବହେଳା ଚିତ୍ର ସାମ୍ନାକୁ ଆସିଛି।

ଏଠାରେ ହୋଶଙ୍ଗାବାଦ ଜିଲ୍ଲାର ଜଣେ ଯୁବକ ବୁଦ୍ଧନିରେ ତାଙ୍କର କରୋନା ପରୀକ୍ଷା କରିଥିଲେ । ଏଥିରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ସ୍ୱାସ୍ଥ୍ୟବିଭାଗ ଏହି ରିପୋର୍ଟ ନେବା ସହିତ କୋଭିଡ ସେଣ୍ଟର ପଠାଇବା ପାଇଁ ଉକ୍ତ କରୋନା ସଂକ୍ରମିତଙ୍କୁ ଡକାଇଥିଲେ । ବ୍ୟକ୍ତିି ଜଣକ ପହଞ୍ଚିବା ପରେ ତାଙ୍କୁ ସେଠାରେ ଏକ ପିପିଇ କିଟ ଦେଇଥିଲେ। ଏହାପରେ ଚିକିତ୍ସା ପାଇଁ କୋଭିଡ ସେଣ୍ଟର ଯିବାକୁ ଦୀର୍ଘ ସମୟ ଧରି ସେ ଅପେକ୍ଷା କରିଥିଲେ। ହେଲେ ଆମ୍ବୁଲାନ୍‌ସ ପହଞ୍ଚି ପାରି ନଥିଲା। ଶେଷରେ ଯୁବକ ଜଣକ ପିପିଇ କିଟ୍‌ ପିନ୍ଧି ନିଜେ ବାଇକ ଚଳାଇ କୋଭିଡ ସେଣ୍ଟର ଯିବାକୁ ବାଧ୍ୟ ହୋଇଥିଲେ।

ଏହି ଘଟଣ।ର ଏକ ସିସିଟିଭି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଯୁବକ ଜଣକ ପିପିଇ କିଟ୍‌ ପିନ୍ଧି ବାଇକ୍‌ ଚଳାଉଥିବା ନଜର ଆସିଛନ୍ତି। ହୋଶଙ୍ଗାବାଦ ଜିଲ୍ଲା ଆନନ୍ଦ ନଗର ନିକଟରେ ରହୁଥିବା ଏହି ଯୁବକ ଅସୁସ୍ଥ ଅନୁଭବ କରିବା ପରେ ଗତ ରବିବାର ଦିନ ବୁଦ୍ଧନିରେ ସେ ନିଜର ନମୁନା ପରୀକ୍ଷା ପାଇଁ ଦେଇ ଆସିଥିଲେ। ଗତ ମଙ୍ଗଳବାର ତାଙ୍କର ଏହି ରିପୋର୍ଟ ପଜିଟିଭ ଆସିଥିଲା।

ଏହି ଘଟଣାରେ ହୋଶଙ୍ଗାବାଦ ଜିଲ୍ଲା ପଞ୍ଚାୟତ ସିଇଓ ମନୋଜ କହିଛନ୍ତି ଯେ ଆମେ ସିଏମଏଚଓରୁ ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛୁ। ଯିଏ ଦୋଷୀ ସାବ୍ୟସ୍ତ ହେବ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ ଯିଏ ବି କରୋନା ପଜିଟିଭ୍‌ ଚିହ୍ନଟ ହେଉଛନ୍ତି ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଯୋଗେ କୋଭିଡ କେୟାର ସେଣ୍ଟରକୁ ପଠାଯାଉଛି।

Leave a Reply

Your email address will not be published. Required fields are marked *